fbpx

Breaking News: ଟେନିସ ଖେଳାଳି ଦେବାଶିଷ ସାହୁଙ୍କୁ ମିଳିଲା ଏକଲବ୍ୟ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର: ସମ୍ମାନଜନକ ଏକଲବ୍ୟ କ୍ରୀଡ଼ା ପୁରସ୍କାର ଆଜି ଘୋଷଣା କରାଯାଇଛି । ତେବେ ଏହି ପୁରସ୍କାର ବିଜେତା ହୋଇଛନ୍ତି ଟେନିସ ଖେଳାଳି ଦେବାଶିଷ ସାହୁ । ଦେବାଶିଷ ଚଳିତ ବର୍ଷ ଏହି ପୁରସ୍କାର ବିଜେତା ହୋଇଛନ୍ତି । ତେବେ ପୁରସ୍କାର ସ୍ୱରୂପ ତାଙ୍କୁ ୫ ଲକ୍ଷ ଟଙ୍କା ସହିତ ଟ୍ରଫି ଏବଂ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଛି । ତାଙ୍କ ସହିତ ଅନ୍ୟ ୨ କ୍ରୀଡ଼ା ପ୍ରତିଭାଙ୍କୁ ମଧ୍ୟ ପ୍ରୋତସାହନମୂଳକ ରାଶି ପ୍ରଦାନ କରାଯାଇଛି । ଆଥଲେଟ ବାପି ହାଁସଦାଙ୍କୁ ମାନପତ୍ର ସହିତ ୧ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଛି । ଏହା ସହିତ ଭାରୋତ୍ତଳନକାରୀ ଜ୍ୟୋତ୍ସ୍ନା ଶବରଙ୍କୁ ମଧ୍ୟ ଏକ ଲକ୍ଷ ଟଙ୍କା ଏବଂ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

ତେବେ ଏକ ସମାରୋହ ଆୟୋଜନ କରାଯାଇ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ସମାରୋହରେ ପ୍ରଖ୍ୟାତ କ୍ରିକେଟର ମଦନଲାଲ୍ ଯୋଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ତେବେ ଇମ୍ପ୍ୟାକ୍ଟ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଉଥିବା ସୂଚନା ମିଳିଛି ।

Get real time updates directly on you device, subscribe now.