fbpx

Breaking…ଡମ୍ଫରକୁ ଧକ୍କା ଦେଲା ବସ; ନିଆଁ ଲାଗି ଜୀବନ୍ତ ଜଳିଗଲେ ୧୨ ଯାତ୍ରୀ, ୧୪ ଆହତ

Advertisement

ଓଡ଼ିଶା ଭାସ୍କର: ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଡମ୍ପର ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ବସରେ ନିଆଁ ଲାଗିଗଲା। ପୋଡ଼ି ହୋଇ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ କହିବା ନୁଯାୟୀ, ୧୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗୁରୁତର ଭାବେ ପୋଡ଼ି ଯାଇଥିବା ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତିରେ ବସ୍ଟି ଗୁନାରୁ ଆରୋନ ଅଭିମୁଖେ ଯାଉଥିଲା।ରାତି ପ୍ରାୟ ସାଢ଼େ ୮ଟା ବେଳେ ଗୁନା ଜିଲ୍ଲାରେ ଏକ ଡମ୍ପରକୁ ଧକ୍କା ଦେବା ପରେ ବସ୍ଟି ଓଲଟି ପଡ଼ିଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ନୁଯାୟୀ, ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଆଖପାଖ ଲୋକେ ନିଜ ଜୀବନକୁ ବାଜି ଲଗାଇ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଘଟଣାର ଏକ ଘଣ୍ଟା ପରେ ମଧ୍ୟ ଗୁନା ଓ ଆରୋନଙ୍କ ଠାରୁ ଆମ୍ବୁଲାନ୍ସ ଆସିନଥିବା ଅଭିଯୋଗ ହୋଇଛି। ବସରେ ଅଗ୍ନିକାଣ୍ଡ ଘଟିବା ପରେ ଘଟଣାସ୍ଥଳରେ ଜାମ୍ ଲାଗି ରହିଥିଲା। ପୁଲିସ ଲୋକଙ୍କ ଭିଡ଼ କୁ ହଟାଇବାରେ ଲାଗିଛି। ଗୁନା ଜିଲ୍ଲାରେ ଘଟିଥିବା ବସ୍ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଯାଦବ। ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ କରାଯିବ। ବସ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଓ ଆହତଙ୍କୁ ୫୦ରୁ ୫୦ ହଜାର ଟଙ୍କା ସହାୟତା ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Get real time updates directly on you device, subscribe now.