fbpx

ଟାଇଟ୍ ପୋଷାକ ପିନ୍ଧୁଥିଲେ ସାବଧାନ! ହୋଇପାରେ Cancer, ଏଭଳି କହିଲେ ଏକ୍ସପର୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମହିଳାଙ୍କ କ୍ଷେତ୍ରରେ ବ୍ରେଷ୍ଟ କ୍ୟାନ୍ସର ମାମଲା ବୃଦ୍ଧି ପାଉଛି । ତେବେ ଅନେକ ସମୟରେ ଚର୍ଚ୍ଚା ହେଉଛି ଯେ, ପୋଷାକ ପିନ୍ଧିବା ଦ୍ୱାରା ସ୍ତନ କର୍କଟ ହେବାର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଥାଏ କି । ଏନେଇ କୌଣସି ଅନୁଧ୍ୟାନ ହୋଇନଥିଲେ ହିଁ ମହିଳାମାନେ ଦୀର୍ଘ ସମୟ ଧରି ଟାଇଟ୍ ପୋଷାକ ପିନ୍ଧିବା ଦ୍ବାରା ସ୍ତନ କର୍କଟର ଆଶଙ୍କା ବୃଦ୍ଧି ପାଇଥାଏ । ଏଥିରେ ଅଣ୍ଡରୱାୟାର୍ ବ୍ରା ଲିମ୍ପ ସର୍କୁଲେସନ କରିବାରେ ସମସ୍ୟା କରାଇଥାଏ । ଏହି କାରଣରୁ ସ୍ତନ କର୍କର ଆଶଙ୍କା ବୃଦ୍ଧି ପାଇଥାଏ । ତଥାପି ଏହା ସତ୍ୟ ବୋଲି ପ୍ରମାଣିତ ହୋଇନାହିଁ । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଅଧିକ ସମୟ ବ୍ରା ପିନ୍ଧି ରହିବା ଦ୍ବାରା ସ୍ତନ କର୍କଟର ଆଶଙ୍କା ବୃଦ୍ଧି ହୋଇଥାଏ ।

ମହିଳାଙ୍କ କ୍ଷେତ୍ରରେ ଅଧିକ ଦେଖାଯାଉଥିବା ରୋଗ ମଧ୍ୟରୁ ବ୍ରେଷ୍ଟ କ୍ୟାନ୍ସର ପ୍ରମୁଖ । ଏହା ଏକ ବିପଜ୍ଜନକ ଏବଂ ଗୁରୁତର ରୋଗ ଅଟେ । ଏହାର ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅନେକ ଲୋକ ବିଶ୍ବାସ କରନ୍ତି ଯେ ଟାଇଟ୍ ବ୍ରା ପିନ୍ଧିବା ଦ୍ୱାରା ସ୍ତନର ଆକାର ବୃଦ୍ଧି ପାଇଥାଏ । ଏହା ବ୍ୟତୀତ ସ୍ତନ କର୍କଟ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ । କାରଣ ଟାଇଟ୍ ପୋଷାକ ପିନ୍ଧିବା ଦ୍ବାରା ସଠିକ ଭାବେ ରକ୍ତ ସଞ୍ଚାଳନ ସଠିକ ଭାବେ ହୁଏ ନାହିଁ । ଖରାପ ଖାଦ୍ୟାଭ୍ୟାସ, ମେଦବହୁଳତା ଏବଂ ଖରାପ ଜୀବନଶୈଳୀ ବ୍ୟତୀତ ସ୍ତନ କର୍କଟ ମଧ୍ୟ ଜେନେଟିକ କାରଣରୁ ହୋଇପାରେ । ଅତ୍ୟଧିକ ମଦ୍ୟପାନ ଯୋଗୁଁ ସ୍ତନ କର୍କଟ ହେବାର ଆଶଙ୍କା ବୃଦ୍ଧି କରିଥାଏ । ମହିଳାମାନେ ଗର୍ଭାବସ୍ଥାରେ ମଧ୍ୟ ସ୍ତନ କର୍କଟର ଶିକାର ହୁଅନ୍ତି । କେବଳ ବୟସ ବୃଦ୍ଧି ସ୍ତନ କର୍କଟ ରୋଗର କାରଣ ନୁହେଁ ବରଂ ଏହା ଅଳ୍ପ ବୟସରେ ମଧ୍ୟ ହୋଇପାରେ । ତେଣୁ ସର୍ବଦା ସତର୍କ ରହିବା ଆବଶ୍ୟକ ।

Get real time updates directly on you device, subscribe now.