fbpx

ଘରେ କେଉଁଠି ମଶା ବଂଶ ବୃଦ୍ଧି କରୁନାହାନ୍ତି ତ ? ଏଣିକି ଘରେ କି ବ୍ୟବସାୟ ଅନୁଷ୍ଠାନରେ ମଶାଙ୍କ ପ୍ରଜନନ ସ୍ଥଳୀ ଠାବ ହେଲେ ଭରିବେ ମୋଟା ରକମର ଜୋରିମାନା

Advertisement

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରାଜଧାନୀରେ ଡେଙ୍ଗୁ ଓ ଅନ୍ୟାନ୍ୟ ସଂକ୍ରମିତ ରୋଗ ବିଷୟରେ ଚର୍ଚ୍ଚା କରିବା ଲାଗି ଏକ ବୈଠକ ଡକାଇଥିଲେ । ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ,ଦିଲ୍ଲୀରେ ବ୍ୟବସାୟିକ ସ୍ଥାନଗୁଡିକରେ ମଶାମାନଙ୍କର ପ୍ରଜନନ ସ୍ଥଳୀ ଯଦି ଠାବ କରାଯାଏ ତେବେ ୧୦ ଗୁଣ ପର୍ଯ୍ୟନ୍ତ ଜୋରିମାନା ଦେବାକୁ ହେବ । ଏହା ସହିତ ଏବେ ଘରେ ମଶାମାନଙ୍କର ପ୍ରଜନନ କେନ୍ଦ୍ର ମିଳିଲେ ବି ଜୋରିମାନା ଦେବାକୁ ପଡିବ । ଦିଲ୍ଲୀରେ ପୂର୍ବରୁ ଏହି ଜୋରିମାନା ପରିମାଣ ୫୦୦ ଟଙ୍କା ଥିଲା । ନୂଆ ଆଦେଶ ଅନୁସାରେ ଯାଞ୍ଚ ସମୟରେ ଘରେ କି ବ୍ୟବସାୟ ଅନୁଷ୍ଠାନରେ ମଶାଙ୍କ ପ୍ରଜନନ ସ୍ଥଳୀ ଠାବ କରାଗଲେ ଏବେ ୧୦୦୦ ଟଙ୍କା ଜୋରିମାନା ଦେବାକୁ ହେବ । ସେହିପରି ବ୍ୟବସାୟିକ ସ୍ଥଳରେ ମଶାଙ୍କ ପ୍ରଜନନ ସ୍ଥଳୀ ଠାବ କରାଗଲେ ୫୦୦୦ଟଙ୍କା ଜୋରିମାନା ଆଦାୟ କରାଯିବ ।

ମିଳିଥିବା ରିପୋର୍ଟ ଅନୁସାରେ ଚଳିତ ବର୍ଷ ୨୨ ଜୁଲାଇ ସୁଦ୍ଧା ଦିଲ୍ଲୀରେ ମୋଟ ୧୮୭ ଡେଙ୍ଗୁ ମାମଲା ସାମ୍ନାକୁ ଆସିଛି ଯାହା ୨୦୧୮ ପରେ ଏହି ସମୟରେ ସବୁଠାରୁ ଅଧିକ । ସେହିପରି ଏହି ସମୟରେ ମ୍ୟାଲେରିଆର ୬୧ ମାମଲା ସାମ୍ନାକୁ ଆସିଛି । ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି ମଶାମାନଙ୍କ ପ୍ରଜନନ ରୋକିବା ଲାଗି ଏହି ଜୋରିମାନା ରାଶି ବୃଦ୍ଧି କରି ଦିଆଯାଇଛି । ଘରେ ମଶାଙ୍କ ପ୍ରଜନନ ସ୍ଥଳୀ ଠାବ କରାଗଲେ ୧୦୦୦ଟଙ୍କା ଜୋରିମାନା ଓ ବ୍ୟବସାୟ ଅନୁଷ୍ଠାନରେ ଠାବ କରାଗଲେ ୫୦୦୦ଟଙ୍କା ଜୋରିମାନା ଆଦାୟ କରାଯିବ ।

Get real time updates directly on you device, subscribe now.