fbpx

ଷ୍ଟେଜ୍ ଉପରେ ଶକ୍ତ ଚାପୁଡ଼ା ମାରିଲା ବର, ରାଗରେ ଅନ୍ୟ ଜଣଙ୍କ ହାତରୁ ସିନ୍ଦୁର ପିନ୍ଧିଲା କନିଆ

ନୂଆଦିଲ୍ଲୀ: ତାମିଲନାଡୁରେ ଜଣେ ବର ବାହାଘର ଉତ୍ସବରେ କନିଆକୁ ଶକ୍ତ ଚାପୁଡ଼ା ମାରିଥିବା ଘଟଣା ସାମ୍ନାକୁ ଆସିଛି । ଏଥିରେ ରାଗିଯାଇ କନିଆ ଜଣକ ସେହି ସମୟରେ ସମ୍ପର୍କ ଭାଙ୍ଗି ଦେଇଥିଲେ । ମିଳିଥିବା ସୂଚନା ଅନୁସାରେ, ବର-କନ୍ୟା ଷ୍ଟେଜରେ ଥିବା ବେଳେ ଝିଅର ଜଣେ ଭାଇ ସେଠାକୁ ଯାଇ ତାଙ୍କ ସହିତ ନାଚିଥିଲେ । ଏହାକୁ ନେଇ ବର ଏତେ ରାଗିଗଲା ଯେ, ସମସ୍ତଙ୍କ ସାମ୍ନାରେ କନ୍ୟାକୁ ଚାପୁଡ଼ା ମାରିଥିଲା । କେବଳ ଏତିକି ନୁହେଁ, ଚାପୁଡ଼ା ଖାଇବା ପରେ କନ୍ୟା ସାଜିଥିବା ଯୁବତୀ ଜଣକ ବାହାଘର ଭାଙ୍ଗି ସେଠାକୁ ଆସିଥିବା ଅନ୍ୟ ଜଣେ ଯୁବକଙ୍କ ସହ ବିବାହ ରଚିଥିଲେ ।

କନ୍ୟାର ପରିବାର ଲୋକଙ୍କ କହିବା ମୁତାବକ, ବର ସମସ୍ତଙ୍କ ସାମ୍ନାରେ ଷ୍ଟେଜ ଉପରେ କନ୍ୟାକୁ ଚାପୁଡ଼ା ମାରିଥିଲା । ଚାପୁଡ଼ା ବି ବହୁତ ଜୋରରେ ଥିଲା । ଏହାକୁ ନେଇ କନ୍ୟା ମଧ୍ୟ ରାଗିଯାଇଥିଲା ଓ ସେ ଏପରି ବ୍ୟକ୍ତିକୁ ବିବାହ ନକରିବାକୁ ନିଷ୍ପତ୍ତି ନେଇଥିଲା । ଏହା ପରେ ବାହାଘରକୁ ଆସିଥିବା ଆଉ ଜଣେ ଯୁବକଙ୍କୁ ପସନ୍ଦ କରିଥିଲା ଓ ପୂର୍ବରୁ ସ୍ଥିର ହୋଇଥିବା ଶୁଭ ମୁର୍ହୂତ୍ତରେ ବିବାହ କରିଥିଲା ।’ ତେବେ କନ୍ୟାର ଏପରି ନିଷ୍ପତ୍ତିକୁ ପରିବାର ଲୋକେ ଗ୍ରହଣ କରିଥିଲେ ଓ ଧୁମଧାମରେ ବିବାହ କରିଥିଲେ ।

Get real time updates directly on you device, subscribe now.