fbpx

JCBରେ ବର-କନିଆଙ୍କ ଆଡଭେଞ୍ଚର ଶୋଭାଯାତ୍ରା, ଭିଡିଓ ଭାଇରାଲ୍; ଏମିତି ପ୍ରତିକ୍ରିୟା ଦେଲେ ଲୋକେ

ନୂଆଦିଲ୍ଲୀ: ବିବାହର ପ୍ରତିଟି ମୁହୂର୍ତ୍ତ ଖୁବ୍ ସୁନ୍ଦର ହୋଇଥାଏ । ତେଣୁ ସେହି ଦିନକୁ ସ୍ମରଣୀୟ କରିବାକୁ ବର-କନ୍ୟା ଓ ଦୁହିଁଙ୍କ ପରିବାର ଅନେକ ସାଜସଜା କରିଥାନ୍ତି ତଥା ବନ୍ଦୋବସ୍ତ କରିଥାନ୍ତି । ହେଲେ ଏହି ଚେଷ୍ଟାରେ ବେଳେ ଏମିତି କିଛି କରନ୍ତି ଯାହା ଯେଉଁଥିପାଇଁ ଲୋକେ ସେମାନଙ୍କୁ ସମାଲୋଚନା କରିବା ଆରମ୍ଭ କରିଦିଅନ୍ତି । ତେବେ ଏହି ଆଧାରରେ ଗୋଟିଏ ପାକିସ୍ତାନୀ ଦମ୍ପତିଙ୍କ ଭିଡିଓ ଭାଇରାଲ୍ ହେଉଛି । ଯେଉଁ ମାନେ ଏକ ଅଲଗା ଅନ୍ଦାଜ୍ ରେ ନିଜ ଜୀବନର ସବୁଠାରୁ ବିଶେଷ ମୁହୂର୍ତ୍ତକୁ ଆରମ୍ଭ କରିଛନ୍ତି ।

ଅସଲରେ ଏହି ପାକିସ୍ତାନୀ ଦମ୍ପତିଙ୍କ ର ଏକ ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ବର-କନ୍ୟା କୌଣସି ଆଲିଶାନ୍ ଗାଡ଼ିରେ ନୁହେଁ ବରଂ ଜେସିବିରେ ବସି ବରଯାତ୍ରୀ ଶୋଭାଯାତ୍ରା କରିଥିଲେ । ଜେସିବି ସୁନ୍ଦର ଭାବରେ ସଜା ହୋଇଥିଲା । ତେବେ ଜେସିବିରେ ବରକନ୍ୟା ବସିଥିବା ବେଳେ ଆଖପାଖରେ ସେମାନଙ୍କ ପରିବାର ଲୋକ ଯାଉଥିବା ଦେଖିବାକୁ ମିଳିଥିଲା । ଦୁହେଁ ଜେସିବି ଆଗରେ ବସି ଯାଉଥିଲେ । ତେବେ ଏହିଭଳି ଦୃଶ୍ୟ ପାକିସ୍ତାନର ହୁଜା ଘାଟିର ବୋଲି ଜଣାପଡ଼ିଛି ।

ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଖୁବ୍ ଜୋରରେ ଭାଇରାଲ୍ ହେଉଛି । ଲୋକେ ଏହାକୁ ଖୁବ୍ ପସନ୍ଦ କରିଛନ୍ତି । ଆଉ କିଛି ୟୁଜର୍ ଏହି ଭିଡିଓରେ ମଜାଦାର୍ କମେଣ୍ଟ କରିଛନ୍ତି । ଜେଣ ୟୁଜର୍ ଲେଖିଛନ୍ତି ଯେ, କିଛି ଅଲଗା କରିବା ଚକରରେ ନିଜର ଅପମାନ କରିଛ । ସେହିପରି ଆଉ ଜଣେ ୟୁଜର୍ ଲେଖିଛନ୍ତି ଯେ, ଏହାକୁ କୁହାଯାଏ ଆଡଭେନ୍ଚର୍ ।

Get real time updates directly on you device, subscribe now.