fbpx
BSKY
BJD MC SKY
BJD YOUTH SKY

(Video) ବିବାହ ବେଦୀରୁ ଉଠି ପୋଲଇସ ପାଖକୁ ଗଲା କନ୍ୟା: ବରକୁ ବାନ୍ଧିନେବାକୁ କଲା ଗୁହାରୀ, ଜାଣନ୍ତୁ କାରଣ

କଣ୍ଟାବାଞ୍ଜି: ଭାଇକୁ ମାରିବାର ପ୍ରତିଶୋଧ ନେଲା କନ୍ୟା । ବେଦୀରୁ ଉଠିପଡିଲା, ବାହାହେବାକୁ ମନା କରିଦେଲା ଆଉ ମୁହଁ ବୁଲାଇ ଚାଲିଗଲା । ତାପରେ ପୋଲିସ ଆଣି ୨ ଅଭିଯୁକ୍ତଙ୍କୁ ଧରେଇଦେଲା କନ୍ୟା । ଏବେ ଏହି ୨ଜଣଙ୍କୁ ଡାକ୍ତରୀ ମାଇନା କରାଇ କୋର୍ଟ ଚାଲାଣ କରିଛି ପୋଲିସ । ଦୁଇ ଅଭିଯୁକ୍ତ ଜେଲ ଯାଇଛନ୍ତି । ଏମାନେ ହେଲେ ଯୋଗୀନ୍ଦ୍ର ଛୁରା ଏବଂ ଅଭିନାଶ ଛୁରା ।

ଏ ହେଉଛି ମୁରିବାହାଲ ଗାଁରୁ ଆସିଥିବା ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାର ବଡ଼ ଭାଇ ଗୁରୁତର ହେବା ପରର ଘଟଣା । ତଦନ୍ତ ତତ୍ପରତା ଦେଖାଇଛି ପୋଲିସ । ଘଟଣାର ଦୁଇ ଅଭିଯୁକ୍ତ ରୟପୁର କୁକୁର ବେଡାର ଯୋଗୀନ୍ଦ୍ର ଛୁରା ଏବଂ ଅଭିନାଶ ଛୁରାଙ୍କୁ ଗିରଫ କରିବା ସହ ସେମାନଙ୍କୁ ଜେଲ ପଠାଯାଇଛି । ବର ରୋଷଣୀ କରି ବରଯାତ୍ରୀ ସହ ପହଂଚିଥିଲା । ଡିଜେ ବାଜାର ତାଳେ ତାଳେ ନାଚରେ ମସଗୁଲ ହୋଇଥିଲେ ସଭିଏଁ । ଆଉ ଏତିକି ବେଳେ ନାଚିବାକୁ ନେଇ ହୋଇଥିଲା ଗଣ୍ଡଗୋଳ । ବରଯାତ୍ରୀ ପାର୍ଟିର ଜଣେ ଯୁବକ କନ୍ୟାର ବଡ ଭାଇ ଆକ୍ରମଣ କରିଥିଲା । ବରପକ୍ଷର ଆକ୍ରମଣରେ ଗୁରୁତର ହୋଇ କନ୍ୟାର ଭାଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେବା ସହ ବିବାହକୁ ସେଇଠି ବନ୍ଦ କରିଦେଇଥିଲେ କନ୍ୟା ଘର ଲୋକେ । ଆଉ ବିବାହ ବେଦୀରୁ ଉଠିଯାଇଥିଲା କନ୍ୟା । ଯାହା ଫଳରେ ବରକୁ ଶିଶୁପାଳ ହୋଇ ଫେରିବାକୁ ପଡିଥିଲା । ଘଟଣାରେ ତୁରକେଲା ପୋଲିସ ୨ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିଲା । ଆଉ ଏହି ଦୁଇଜଣଙ୍କୁ ଆଜି ଜେଲ ପଠାଇଛି ପୋଲିସ ।

Get real time updates directly on you device, subscribe now.