fbpx
BSKY
BJD SHG SKY
BJD YOUTH SKY

ବିବାହ ମଣ୍ଡପରେ ଗୋଲଗପ୍ପା ମୁକୁଟ ପିନ୍ଧି ସଭିଙ୍କ ହୃଦୟ ଜିଣିଲା କନ୍ୟା, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାର ଦେଖାଯାଉଛି । ଜଣେ କନ୍ୟା ବିବାହ ମଣ୍ଡପରେ ବସି ଗୋଲଗପ୍ପାରେ ନିର୍ମିତ ମୁକୁଟ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । ତେବେ ଏହି ଭିଡିଓଟି ଦକ୍ଷିଣ ଭାରତୀୟ ଅଞ୍ଚଳର ବୋଲି କୁହାଯାଉଛି । ଗୋଲଗପ୍ପାକୁ ଦେଶର ସମସ୍ତ କୋଣ ଅନୁକୋଣରେ ଲୋକମାନେ ଖୁବ୍ ଆଦର ସହକାରେ ଖାଇଥାନ୍ତି । ଲୋକମାନେ ଗୋଲଗପ୍ପା ଖାଇବା ପାଇଁ ଦୋକାନୀ ପାଖରେ ଅଧିକାଂଶ ସମୟରେ ଧାଡ଼ି ଲଗାଇଥାନ୍ତି । ଏହି ଘଟଣାଟି କନ୍ୟାଙ୍କର ଗୋଲଗପ୍ପା ପ୍ରତି ଥିବା ଅତ୍ୟଧିକ ଭଲପାଇବା ପ୍ରକାଶ କରୁଥିବା ଜଣାପଡ଼ିଛି । ତେଣୁ କନ୍ୟା ଜଣକଙ୍କ ଏହାକୁ ମୁକୁଟ କରି ମଥାରେ ଧାରଣ କରିବା ଖବର ସମସ୍ତଙ୍କୁ ବେଶ୍ ଆମୋଦିତ କରିଛି ।

କନ୍ୟାଙ୍କର ଗୋଲଗପ୍ପା ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭଡିଓରେ କନ୍ୟା ବିବାହ ପାଇଁ ଡ୍ରେସ୍, ଗହଣାରେ ସଜ୍ଜିତ ହୋଇ ଏହି ଗୋଲଗପ୍ପା ମୁକୁଟ ଧାରଣ କରିଥିବାର ଦେଖାଯାଉଛି । ଏପରିକି କନ୍ୟାଙ୍କର ପାଖରେ ଥିବା ପ୍ଲେଟରେ ଗୋଲଗପ୍ପା ଫୁଲ୍ ହୋଇ ରହିଥିଲା । ଗୋଲଗପ୍ପା ମୁକୁଟ ପରିଧାନ କରିବା ସମୟରେ ଅକ୍ଷରା ନାମକ ଏହି କନ୍ୟା ଅତ୍ୟନ୍ତ ଖୁସି ଥିବା ଦେଖାଯାଇଥିଲା । ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ମଜାଳିଆ କମେଣ୍ଟ ଦେଉଥିବାର ଦେଖାଯାଇଥିଲା ।

Get real time updates directly on you device, subscribe now.