fbpx

(Video) ନିଆରା ଷ୍ଟାଇଲରେ ବିବାହ ମଣ୍ଡପକୁ କନ୍ୟାଙ୍କ ଏଣ୍ଟ୍ରି, ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ; ଭାଇରାଲ ହେଉଛି ଭିଡିଓ…

ବିବାହ ଏକ ସ୍ୱତନ୍ତ୍ର  ଅନୁଭବ । ନିଜ ବିବାହକୁ ଖାସ କରିବା ପାଇଁ କିଛି ନୂଆ କରିଥାନ୍ତି ବର କନ୍ୟା । ତେବେ ଏମିତି ଏକ ବିବାହର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ କନ୍ୟା ବିବାହ ମଣ୍ଡପକୁ ଆସିବା ପାଇଁ ଗାଡ଼ି ନୁହେଁ ବରଂ ବେଲୁନର ସାହାଯ୍ୟ ନେଇ ଆକଶରେ ଉଡ଼ି ଉଡ଼ି ଆସୁଛନ୍ତି । ଏକଥା ବିଶ୍ୱାସ ହେଉନଥିଲେ ବି ସତ ।

ଇଟାଲୀର ଏକ  ବିବାହ ମଣ୍ଡପରେ ନିଜ ବିବାହା ଅବସରରେ କନ୍ୟା ଜଣକ ୨୫୦ଟି ହିଲିୟମ ବେଲୁନ ସାହଯ୍ୟରେ ପହଞ୍ଚିଥିଲେ ବିବାହ ମଣ୍ଡପରେ । ବିବାହରେ ଅତିଥି ଭାବରେ ଆସିଥିବା ଲୋକମାନେ ମଧ୍ୟ ଏହା ଦେଖି କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ତେବେ ବିବାହ ଭେନ୍ୟୁରେ ପହଞ୍ଚିବା ପରେ ସମସ୍ତେ ତାଙ୍କୁ ସ୍ୱାଗତ କରିଥିଲେ । କନ୍ୟା ଜଣକ ମଧ୍ୟ ହାତ ହଲାଇ ଫ୍ଲାଇଂ କିସ୍ କରୁଥିବାର ନଜର ଆସିଥିଲେ । ଆଉ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ପସନ୍ଦ କରାଯାଉଥିବା ବେଳେ କନ୍ୟା ଏପରି ଗ୍ରାଣ୍ଡ ଏଣ୍ଟ୍ରିକୁ ଦେଖି ବେଶ୍ ପ୍ରଶଂସା କରୁଛନ୍ତି ୟୁଜର୍ସ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.