ଇରାନର ସାମରିକ ଅଧିକାରୀ ଓ ସଂଗଠନ ଉପରେ କଟକଣା ଲଗାଇଲା ବ୍ରିଟେନ

ନୂଆଦିଲ୍ଲୀ: ଅକ୍ଟୋବର ପହିଲାରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପରେ ବ୍ରିଟେନ ଇରାନର ସାମରିକ ଅଧିକାରୀ ଓ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଛି । ଏହି ତାଲିକାରେ ଇରାନ ସେନାର କମାଣ୍ଡର ତଥା ଇରାନର ସର୍ବୋଚ୍ଚ ଜାତୀୟ ନିରାପତ୍ତା ପରିଷଦର ସଦସ୍ୟ ଅବଦୁଲରହିମ ମୌସାଭି ଏବଂ ଇରାନ ବାୟୁସେନାର କମାଣ୍ଡର ହମିଦ ୱାହିଦି ରହିଛନ୍ତି । ବ୍ରିଟେନ୍ ବୈଦେଶିକ ମନ୍ତ୍ରାଳୟ କହିଛି, ବ୍ୟକ୍ତିଗତ କଟକଣା ମଧ୍ୟରେ ସମ୍ପତ୍ତି ଫ୍ରିଜ୍ ଏବଂ ଯାତ୍ରା ପ୍ରତିବନ୍ଧକ ଅନ୍ତର୍ଭୁକ୍ତ ।

ଇରାନ ମହାକାଶ ଏଜେନ୍ସିର ସମ୍ପତ୍ତି କୁ ମଧ୍ୟ ଫ୍ରିଜ୍ କରାଯିବ । ଏହି ଏଜେନ୍ସି ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ରରେ ଉନ୍ନତି ଆଣିବା ପାଇଁ ଟେକ୍ନୋଲୋଜି ଉପରେ କାମ କରିଥାଏ । ଅକ୍ଟୋବର ପହିଲାରେ ଇରାନ ଇସ୍ରାଏଲ ଉପରକୁ ୧୮୦ଟି ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା । ଇସ୍ରାଏଲ ସେନା କହିଛି ଯେ ସେମାନେ ଅଧିକାଂଶ କ୍ଷେପଣାସ୍ତ୍ରକୁ ଅଟକାଇଛନ୍ତି । ଯେଉଁଥି ପାଇଁ ଆଗାମୀ ଦିନରେ ଇରାନର କ୍ଷମତା ହ୍ରସ ପାଇବାର ସମ୍ପୂର୍ଣ୍ଣ ଆଶଙ୍କା ରହୁଛି ।

ଯାହାକୁ ନେଇ ଅନ୍ତରାଷ୍ଟ୍ରୀୟ ସମୀକ୍ଷକ ମାନେ ନିଜର ମତ ରଖିବା ଆରମ୍ଭ କରିଦେଲେଣି । ଆନ୍ତର୍ଜାତିକ ସ୍ଥରରେ ମିଜର ବହୁ ମୂଲ୍ୟ ମତାମତ ରଖି ଦେଶ ଦେଶ ମଧ୍ୟରେ ଥିବା ବିଭିନ୍ନ ସ୍ଥିତି ଉପରେ ଆଲୋକପାତ କରୁଛନ୍ତି । ହୁଏତ ଆଗକୁ ସ୍ଥିତି ଏରାନ ପାଇଁ ଏହା ଘାତକ ହୋଇ ପାରେ ବୋଲି ସମୀକ୍ଷକମାନେ ବୟାନବାଜି କରୁଛନ୍ତି । ଯାହା ଟେଲିଭିଜନର ପରଦାରୁ ସ୍ପଷ୍ଟ ବାରିହେଉଛି ।

Get real time updates directly on you device, subscribe now.