fbpx

ଇଣ୍ଟରନେସନାଲରେ ଏବେ ବୁଲଡୋଜର ଚର୍ଚ୍ଚା: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସଙ୍କୁ ବି ଘାରିଲା ନିଶା, ଦେଖନ୍ତୁ ଭିଡିଓ

Advertisement

ନୂଆଦିଲ୍ଲୀ: ଭାରତରେ ପାଦ ରଖୁ ରଖୁ ଭାଇରାଲ ହେଉଛି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭିଡିଓ । ସାରା ଦେଶରେ ଖୁବ ଚର୍ଚ୍ଚାରେ ରହିଥିବା ବୁଲଡୋଜର ଏବେ ବୋରିସଙ୍କ ନାଁ ସହ ମଧ୍ୟ ଯୋଡି ହୋଇଛି । ଦୁଇ ଦିନିଆ ଗସ୍ତ ଭିତରେ ଏକ ଜେସିବି ଫ୍ୟାକ୍ଟ୍ରି ପରିଦର୍ଶନରେ ପହଞ୍ଚିଥିଲେ ବୋରିସ । ଫ୍ୟାକ୍ଟ୍ରି ବୁଲି ଦେଖିବା ବେଳେ ନିଜକୁ ସମ୍ଭାଳି ନପାରି ଏକ ଜେସିବି ଉପରେ ଚଢିଯାଇଛନ୍ତି । ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଘୁରି ବୁଲୁଛି । ତେବେ ଆପଣ ବି ଥରେ ଦେଖି ନିଅନ୍ତୁ ଏହି ଭିଡିଓକୁ ।

ଜେସିବିରେ ଚଢି ଏହାକୁ ଚଳାଇବା ପାଇଁ ଚେଷ୍ଟା କରନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ । ଏହି ସମୟର କିଛି ଫଟୋ ଏବଂ ଭିଡିଓ ଏବେ ସୋଶିଆଲ ମିଡିଆରେ ଟ୍ରେଣ୍ଡିଂରେ ରହିଛି । ଏହି ଭିଡିଓ ଏବଂ ଫଟୋକୁ ନେଇ ଏବେ କମଣ୍ଟେ ସେକ୍ସନ ବି ଭରି ଗଲାଣି । ଅନେକ ମଜାଦାର କମେଣ୍ଟରେ ଏହି ପୋଷ୍ଟଗୁଡିକର ମଜା ନେଉଛନ୍ତି ୟୁଜର୍ସ ।

ଭାରତରେ ପହଞ୍ଚି ବେଶ ଖୁସି ଥିବା କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ବିଶେଷ କରି ଗୁଜୁରାଟକୁ ପ୍ରଶଂସା କରି ଏହାକୁ ଏକ ଅଦ୍ଭୁଦ ସ୍ଥାନର ଆଖ୍ୟା ଦେଇଛନ୍ତି । ଭାରତ-ବ୍ରିଟେନ ମଧ୍ୟରେ ସମ୍ପର୍କକୁ ମଜବୁତ କରିବାରେ ଗୁଜୁରାଟବାସୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ଥିବା ସେ ପ୍ରକାଶ କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ କରିବାକୁ ନେଇ ବୋରିସ ଖୁବ ଉତ୍ସାହିତ ଅଛନ୍ତି । ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହିତ ସମସ୍ୟାର ସମାଧାନ ପାଇଁ ଆଲୋଚନା କରାଯିବା ନେଇ ସେ ପ୍ରତିଶ୍ରୁତି ଦେଇଛନ୍ତି ।

Get real time updates directly on you device, subscribe now.