fbpx

ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବେ ବୋରିସ ଜନସନ୍: ୪୧ ମନ୍ତ୍ରୀ ଦେଇସାରିଲେଣି ଇସ୍ତଫା

ନୂଆଦିଲ୍ଲୀ: ବ୍ରିଟେନରେ ଚାଲିଥିବା ରାଜନୈତିକ ଝଡ଼ ମଧ୍ୟରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଜି ନିଜ ପଦରୁ ଇସ୍ତଫା ଦେବା ପାଇଁ ରାଜି ହୋଇଛନ୍ତି । ମନ୍ତ୍ରିମଣ୍ଡଳରେ ବିଦ୍ରୋହ ପରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବୋରିସଙ୍କ ବିରୋଧରେ ନିଜର କଞ୍ଜରଭେଟିଭ ଦଳରେ ହିଁ ବିଦ୍ରୋହ ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ୪୧ ଜଣ ମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି । ସେବେଠାରୁ ତାଙ୍କ ଉପରେ ଇସ୍ତଫା ଦେବାର ଚାପ ବଢ଼ିବାରେ ଲାଗିଛି । ବିରୋଧୀ ଲେବର ପାର୍ଟି ମଧ୍ୟ ତାଙ୍କର ଇସ୍ତଫା ମାଗୁଛି ।

ତେବେ ଅର୍ଥ ମନ୍ତ୍ରୀ ଋଷି ସୁନକଙ୍କ ଇସ୍ତଫା ପରେ ବୋରିସ ଜନସନଙ୍କ ଆସନରେ ଉପରେ ସଙ୍କଟ ଆରମ୍ଭ ହୋଇଥିଲା । ସେ ଜୁଲାଇ ୫ରେ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହାର କିଛି ସମୟ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ସାଜିଦ ଓ୍ଵାଜିଦ ମଧ୍ୟ ଇସ୍ତଫା ଦେଇଥିଲେ । ସେମାନଙ୍କ କହିବା କଥା ବୋରିସ ଜନସନଙ୍କ ନେତୃତ୍ଵ ପ୍ରତି ତାଙ୍କର ଭରସା ନାହିଁ। ଋଷି ସୁନକ ନିଜ ଇସ୍ତଫାରେ କହିଥିଲେ, ଲୋକେ ସରକାରଙ୍କଠୁ ଭଲ କାମ ଆଶା କରନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରୀ ସାଜିଦ ଓ୍ଵାଜିଦ କହିଥିଲେ, ସରକାର ରାଷ୍ଟ୍ର ହିତରେ କାମ କରୁ ନାହାନ୍ତି। ଉଭୟ ଏହି ଇସ୍ତଫା ବୋରିସ ଜନସନଙ୍କ କ୍ଷମା ମାଗିବା ପରେ ଦେଇଛନ୍ତି। ହେଲେ ଉଭୟ ଏବେ ମଧ୍ୟ ସରକାରରେ ରହିଛନ୍ତି।

ବର୍ତ୍ତମାନ ସୁଦ୍ଧା ୪ କ୍ୟାବିନେଟ ଇସ୍ତଫା ଦେଇସାରିଛନ୍ତି । କଞ୍ଜରଭେଟିଭ ପାର୍ଟିରୁ କିଏ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ, ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନି । ଅନ୍ୟପଟେ ବୋରିସ ଇସ୍ତଫା ଦେଇଥିବା ନେଇ ବ୍ରିଟିଶ ମିଡିଆ ସ୍କାଇ ନ୍ୟୁଜ୍ ଦାବି କରିଛି । ଅବଶ୍ୟ ପରେ ସ୍କାଇ ନ୍ୟୁଜ ନିଜର ଖବରକୁ ଠିକ୍ କରି କହିଛି କି, ସେ ଏବେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ରାଜି ହୋଇଛନ୍ତି ।

Get real time updates directly on you device, subscribe now.