ଭୁବନେଶ୍ବର: ଅନୁଗୁଳରେ ଅଭାବନୀୟ ଘଟଣା । କହ୍ନେଇ ନଗରରେ ଶଳା, ଭିଣୋଇଙ୍କୁ ଗୁଳିମାଡ଼ । ଜଣଙ୍କ ପେଟରେ ଓ ଅନ୍ୟଜଣଙ୍କ ୨ ଜଙ୍ଘରେ ବାଜିଛି ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
କିଏ ଗୁଳିମାଡ଼ କରିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ବନ୍ତଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଗୁଳିମାଡ଼ରେ ବନ୍ତଳା ଥାନା କହ୍ନେଇନଗର ଶିବରାମ ନାଏକ(୨୮) ଓ ବିଷ୍ଣୁ ନାଏକ (୪୦) ଗୁରୁତର ହୋଇଛନ୍ତି । ପ୍ରଥମେ ଜିଲ୍ଲା ମୁଖ୍ୟାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପରବର୍ତ୍ତି ସମୟରେ ଅବସ୍ଥା ଗୁରୁତର ହେବା କାରଣରୁ କଟକ ସ୍ଥାନାନ୍ତରିତ କରାଯାଇଛି । ତେବେ ପୁରୁଣା ଶତ୍ରୁତା କାରଣରୁ ଏହି ଗୁଳିମାଡ଼ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।