ବଚସା ନେଲା ଉଗ୍ରରୂପ, ରକ୍ତର ସମ୍ପର୍କରେ ପଡ଼ିଲା ରକ୍ତ ଛିଟା, ଭାଇକୁ ଗୁଳି କଲା ଭାଇ
ଦାଦା ପୁଅ ଭାଇକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଅନୁଗୁଳ: ଆଠମଲ୍ଲିକରେ ଭାଇକୁ ଗୁଳିମାଡ଼ କଲା ଭାଇ। ଦାଦା ପୁଅ ଭାଇକୁ ଗୁଳି କଲା ବଡ଼ ବାପା ପୁଅ ଭାଇ।
ଗୁରୁତର ଅବସ୍ଥାରେ ଦାଦା ପୁଅ ଭାଇକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଦୁହିଁଙ୍କ ଭିତରେ କୌଣସି କଥା ନେଇ ପାଟିତୁଣ୍ଡ ହୋଇଥିଲା। ବଚସା ପରେ ଭାଇକୁ ଗୁଳି କରିଥିଲା ଭାଇ।
ପରିବାର ଲୋକ ଗୁରୁତର ଅବସ୍ଥାରେ ପୁଅକୁ ନେଇ ମେଡିକାଲ ଯାଇଥିଲେ।
ଏନେଇ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।