ଜନ୍ମକଲା ପୁଅ ସାଜିଲା ସଇତାନ, ଜମିବାଡ଼ି ଲୋଭରେ ମା’କୁ ସବୁଦିନ ପାଇଁ ଅଫେରା ରାଇଜକୁ ପଠାଇଦେଲା

ମା'ର ତଣ୍ଟିଚିପି ହତ୍ୟାକଲା ନୃଶଂସ ପୁଅ।

ଆସିକା: ପୁଣି ଏକ ଅପରାଧ। ନୃଶଂସତାର ସବୁ ସୀମା ଟପିଲା ଜନ୍ମକଲା ପୁଅ। ସାମାନ୍ୟ ଜମିବାଡ଼ି ପାଇଁ ନିଜ ମା’କୁ ହତ୍ୟା କରିବାକୁ ବି ପଛଘୁଞ୍ଚା ଦେଲାନି ରାକ୍ଷସ ପୁଅ।

ଜମିବାଡ଼ି ଲୋଭରେ ଅନ୍ଧ ଥିବା ବଢ଼ିଲା ପୁଅ ସବୁବେଳେ ମାଆ ସହିତ ଝଗଡ଼ା କରୁଥିଲା। ଆଉ ଏହି ଝଗଡ଼ା ଗତକାଲି ଏତେ ଜୋରେ ବଢ଼ିଗଲା ଯେ ଶେଷରେ ମାଆର ତଣ୍ଟିଚିପି ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଲା। ଯେପରି ତା ରାସ୍ତା ସଫା ହୋଇଯିବ।

ହଁ ଆଜ୍ଞା ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଆସିକା ଅଞ୍ଚଳର ବଗଡ଼ ଗାଁରେ। ନିଜ ମାର ତଣ୍ଟିଚିପି ହତ୍ୟା କରିଛି ବଢ଼ିଲା ପୁଅ। ସାମାନ୍ୟ ଜମିବାଡ଼ି ପାଇଁ ମାଆକୁ ସବୁଦିନ ପାଇଁ ଅଫେରା ରାଇଜକୁ ପଠାଇ ଦେଇଛି ପୁଅ। ପରେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଜାରି ରଖିଛି।