fbpx

BSCL ଲଞ୍ଚ କଲା ନୂଆ ଯୋଜନା: ଅଙ୍ଗାରକାମ୍ଲ ଗ୍ୟାସ୍ ହ୍ରାସ କଲେ ମିଳିବ ଅର୍ଥରାଶି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ରାଜ୍ୟ ତଥା ଦେଶରେ ଅଙ୍ଗାରକାମ୍ଲ ଗ୍ୟାସର ମାତ୍ରା ବଢ଼ିବାରେ ଲାଗିଛି । ଏହି ଗ୍ୟାସ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସମଗ୍ର ବିଶ୍ୱ ଆଗରେ ଏକ ବିପଦ ଭାବେ ଉଭା ହୋଇଛି । ତେବେ ଏହି ଗ୍ୟାସର ପ୍ରଭାବକୁ ହ୍ରାସ ନେଇ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଆଗକୁ ଆସିଛନ୍ତି । ଏଭଳି ସ୍ଥିତିରେ ଭୁବନେଶ୍ୱର ସ୍ମର୍ଟସିଟି ଲିମିଟେଡ (ବିଏସସିଏଲ) ପକ୍ଷରୁ ଏକ ନୂଆ ଯୋଜନା ଆରମ୍ଭ କରାଯାଇଛି ।

ବିଏସସିଏଲ ପକ୍ଷରୁ ‘କାର୍ବନ କ୍ରେଡିଟ୍’ ଯୋଜନା ଆରମ୍ଭ କରାଯାଇଛି । ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି । ଏହି ଯୋଜନାରେ ଉନ୍ନତ ପ୍ରଦର୍ଶନକାରୀଙ୍କୁ ଆର୍ଥିକ ପ୍ରୋତ୍ସାହନ ମିଳିବ । ମାତ୍ର ଏ କ୍ଷେତ୍ରରେ ଆପଣ କେତେ ମାତ୍ରାରେ ଅଙ୍ଗାରକାମ୍ଲ ଗ୍ୟାସ ହ୍ରାସ କରିଛନ୍ତି, ସେନେଇ ପ୍ରମାଣ ଦାଖଲ କରିବାକୁ ପଡ଼ିବ । ତାହାକୁ ଅନୁଧ୍ୟାନ କରିବା ପରେ ଅର୍ଥରାଶି ପ୍ରଦାନ କରାଯିବ ।

ରାଜ୍ୟରେ ଆଗକୁ କିଭଳି ଅଙ୍ଗାରକାମ୍ଲ ଗ୍ୟାସର ଉତ୍ପନ ହ୍ରାସ ପାଇବ, ସେଥିପାଇଁ ଯୋଜନା ହାତକୁ ନିଆଯିବ । ଅଙ୍ଗାରକାମ୍ଲର ଉତ୍ପନ୍ନ ବୃଦ୍ଧି ସମ୍ଭାବନା ରହିଥିବା କାର୍ଯ୍ୟର ବିକଳ୍ପ ପନ୍ଥା ଗ୍ରହଣ କରାଯିବ । ବର୍ତ୍ତମାନ ରାଜ୍ୟରେ କିଛି ସ୍ଥାନରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଆରମ୍ଭ ହୋଇଛି । ଏହାଦ୍ୱାରା ଅଙ୍ଗାରକାମ୍ଲ ଗ୍ୟାସ ହ୍ରାସ ହେବା ସହିତ କାର୍ବନ କ୍ରେଡିଟ୍ ହେଉଛି । ସେହିପରି ସୌରଶକ୍ତିର ବ୍ୟବହାର କରାଯିବା ସହ ଅଣପାରମ୍ପରିକ ପ୍ରଯୁକ୍ତି ବିଦ୍ୟାକୁ ହ୍ରାସ ନେଇ ପଦକ୍ଷେପ ନିଆଯାଉଛି ।

Get real time updates directly on you device, subscribe now.