fbpx

ଗୋରସେତୁରେ ନୂତନ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା

ଗୋରସେତୁ ୧।୧୧(ଓଡିଶା ଭାସ୍କର) -ମାଓବାଦୀ ଦମନ ନିମନ୍ତେ ସ୍ୱାଭିମାନ ଅଞ୍ଚଳରେ ଆଜି ସମ୍ପୂର୍ଣ ମାଓବାଦୀ ଗଡ଼ କୁହାଯାଉଥିବା ପଣସପୁଟ ପଞ୍ଚାୟତ ଗୋରସେତୁରେ ବିଏସଏଫ ତୃତୀୟ ବାଟାଲିୟନ ପକ୍ଷରୁ ନୂତନ କ୍ୟାମ୍ପ ପ୍ରତିଷ୍ଠାନ କରାଯାଇଛି । ସମ୍ପୂର୍ଣ୍ଣ ସୁରକ୍ଷା ବଳୟରେ ଆଜି ଯବାନମାନେ ଗୋରାସେତୁରେ ଏହି କ୍ୟାମ୍ପ ପ୍ରତିଷ୍ଠା କରିଥିଲେ । ଆଜିଠାରୁ ଏହି କ୍ୟାମ୍ପ ପ୍ରତିଷ୍ଠା ହେବା ସହ ଅଞ୍ଚଳବାସୀଙ୍କୁ ସୁରକ୍ଷା ଯୋଗାଇଦେବେ ଏହି ଯବାନ । ପ୍ରାୟ ୧୦୦ ଜଣ ଯବାନ ଓ କମ୍ପାନୀ କମାଣ୍ଡାଣ୍ଟଙ୍କ ସମେତ ଏକ ୟୁନିଟ ଏଠାରେ କାର୍ଯ୍ୟ କରିବ । ଆନ୍ଧ୍ର ଓଡ଼ିଶା ସୀମାନ୍ତବର୍ତ୍ତୀ ପଣସପୁଟ ପଞ୍ଚାୟତ ଏକତା ମାଓବାଦୀଙ୍କ ଗଡ଼ ଥିବାବେଳେ ସର୍ବଦା ହିଂସା ଓ ଆତଙ୍କରେ ଥରହର ହେଉଥିଲେ ଅଞ୍ଚଳବାସୀ । ବିଏସ ଏଫମୁତୟନ ପରେ ଏହି ଅଞ୍ଚଳରେ ମାଓ ଗତିବିଧୁ ହ୍ରାସ ପାଇ ଓ ଶାନ୍ତି ଫେରି ଆସିବ ବୋଲି ଆଶା ପ୍ରକାଶ ପାଇଛି ।

Get real time updates directly on you device, subscribe now.