fbpx

(Video) ଗୁଳି ନୁହେଁ ଖରାରେ ସହିଦ୍ ହୋଇଗଲେ BSF ଯବାନ; ମୃତ୍ୟୁ ପୂର୍ବରୁ କହିଗଲେ ଏମିତି କଥା…

Advertisement

ଜାଲପାଇଗୁରି: ଗୁଳି ନୁହେଁ ଖରାରେ ସହିଦ୍ ହୋଇଗଲେ BSF ଯବାନ୍। ତାତିରେ ପାଣି ଟୋପେ ପାଇଁ ଡହଳବିକଳ ହେଉଥିଲେ । ଶେଷରେ ଡ୍ୟୁଟି କରୁ କରୁ ଟଳି ପଡିଲେ । ମୃତ୍ୟୁ ପୂର୍ବରୁ ସାଥି ଯବାନଙ୍କୁ କହିଗଲେ ଏମିତି । ପଶ୍ଚିମବଙ୍ଗର ଜାଲପାଇଗୁରି ଜିଲ୍ଲାର ସାରୁ ଗାଁର ବାସିନ୍ଦା ଅନୀଲ କୁମାରଙ୍କ ପୁଅ କନଷ୍ଟେବଳ ଅଜୟ କୁମାରଙ୍କୁ ରବିବାର ଦିନ ସୀମା ସୁରକ୍ଷା ବାହିନୀରେ ପୋଷ୍ଟ କରାଯାଇଥିଲା ।

ସେଠାରେ ପ୍ରବଳ ଉତ୍ତାପ ହେତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଚିକିତ୍ସା ସମୟରେ ଯାବନଙ୍କର ମୃତ୍ୟୁ ହୋଇଥିଲା । ଏତେ ଗରମ ହୋଇଥିଲା ଯେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ନିଜକୁ ସମ୍ଭାଳି ପାରି ନଥିଲେ ଯବାନ ଜଣଙ୍କ , ପାଣି ଟୋପେ ପାଇଁ ଅନେକ ସମୟ ଧରି ଡହଳବିକଳ ହୋଇଥିଲେ । ତଥାପି ନିଜ କର୍ତ୍ତବ୍ୟ କରିବାରେ ସେ ଟିକେ ବି ଅବହେଳା କରି ନଥିଲେ । ସେମିତି ସୀମା ଜଗି ଛିଡା ହୋଇଥିଲେ ।

ଆଉ ଏହାରି ଭିତରେ ôଦରେ ଧିରେ ବିଗିଡିବାରେ ଲାଗିଥିଲା ବିଏସଏଫ ଯବାନଙ୍କ ସ୍ୱାସ୍ଥାବସ୍ଥା ଆଉ ଡ୍ୟୁଟି କରୁ କରୁ ସେଇଠି ହିଁ ଟଳି ପହଇôତଳେ ବୀର ଯବାନ । ଗୋଟେ ପଟେ ସଭିୟର ସାଇକ୍ଲୋନ୍ ରେମାଲ ପଶ୍ଚିମ ଓ ବାଲାଂ ଉପକୂଳରେ ତାଣ୍ଡବ ରଚୁଥିବା ବେଳେ ଏଠି ଅସହ୍ୟ ଗରମ ଆଉ ତ।।ତିରେ ଚାଲି ଯାଇଛି ଜଣେ କାର୍ଯ୍ୟରତ ଯବାନଙ୍କ ଜୀବନ ।

Get real time updates directly on you device, subscribe now.