fbpx

(Video) BSKY ନା ଆୟୁଷ୍ମାନ… କେଉଁ କାର୍ଡରେ ସ୍ୱାସ୍ଥ୍ୟସେବା ପାଇବ ଓଡ଼ିଶା? କହିଦେଲେ ବିଭାଗୀୟ ମନ୍ତ୍ରୀ

Advertisement

ଓଡ଼ିଶା ଭାସ୍କର: ଓଡ଼ିଶାରେ ବଦଳି ଯାଇଛି ୨୪ ବର୍ଷର ସରକାର । ବଦଳି ଯାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଉ ଅନ୍ୟ ବିଭାଗର ମନ୍ତ୍ରୀମଣ୍ଡଳ । ନବୀନ ପଟ୍ଟନାୟକଙ୍କ ସ୍ଥାନରେ ଶପଥ ଗ୍ରହଣ କରିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ଯାଇଛି । ୨୦୨୪ ନିର୍ବାଚନରେ ଅନେକ କିଛି ପରିବର୍ତ୍ତନ ଦେଖିଛି ଓଡ଼ିଶା । ତେବେ ସରକାର ବଦଳିବା ସାଙ୍ଗକୁ ବିଭିନ୍ନ ଯୋଜନାରେ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିପାରେ । କିନ୍ତୁ ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ହେଉଛି ସ୍ୱାସ୍ଥ୍ୟ ସେବା କାର୍ଡ । ଓଡ଼ିଶାରେ କେଉଁ କାର୍ଡ ବ୍ୟବହାର କରି ରାଜ୍ୟବାସୀ ସ୍ୱାସ୍ଥ୍ୟ ସେବା ସୁବିଦାରେ ପାଇପାରିବେ । ବିଜେଡି ସରକାରର BSKY କାର୍ଡ ନା ବିଜେପିର ଆୟୁଷ୍ମାନ କାର୍ଡ? କିଏ ହେବ ଓଡ଼ିଶାବାସୀଙ୍କ ସାଥୀ? ଏ ନେଇ ଉତ୍ତର ରଖିଛନ୍ତି ମୋହନ ସରକାରର ସ୍ୱାସ୍ଥ୍ୟମନ୍ତ୍ରୀ ।

ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ କେମିତି ଆହୁରି ସୁଦୃଢ଼ କରାଯାଇ ପାରିବ ସେନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ସ୍ୱାସ୍ଥ୍ୟ ସୁରକ୍ଷାର ପରିସୀମା ବୃଦ୍ଧି ନେଇ ଚାଲିଛି ଚର୍ଚ୍ଚା । ବିଏସ୍କେୱାଇ ଅପେକ୍ଷା ଆୟୁଷ୍ମାନ କାର୍ଡ ଲାଗୁ ହେଲେ ଓଡ଼ିଶାର ମୋଟ ୬୩ ଲକ୍ଷ ପରିବାର ଏହାର ସୁବିଧା ପାଇ ପାରିବେ । କିନ୍ତୁ BSKY କାର୍ଡ ଦ୍ୱାରା ଓଡ଼ିଶାର ୧ କୋଟି ୩ ଲକ୍ଷ ପରିବାର ଉପକୃତ ହେଉଛନ୍ତି । BSKYରେ ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଏବଂ ମହିଳା ମାନଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି । ଯାହା ଆୟୁଷ୍ମାନ କାର୍ଡରେ ମିଳିନାହିଁ । ତେଣୁ ଏହି ଦୁଇଟି ଯୋଜନା ମଧ୍ୟରେ ରହିଛି ଅନେକ ତଫାତ । ଗୋଟିଏ ଯୋଜନା ଚାଲିଲେ ଅନେକ ହିତାଧିକାରୀ ସ୍ୱାସ୍ଥ୍ୟସେବା ପାଇବାରୁ ବାଦ୍ ପଡ଼ିପାରନ୍ତି । ତେଣୁ ଏହି ଦୁଇଟି ଯୋଜନାକୁ ମିଶାଇ ଆଗକୁ ଆଉ ଏକ ବଡ଼ ଯୋଜନା ଆସିପାରେ ବୋଲି ଆଶା କରାଯାଉଛି ।

ଏମିତି ସମୟରେ ରାଜ୍ୟକୁ ନୂଆ କରି ଆସିଥିବା ବିଜେପି ସରକାର କେଉଁ କାର୍ଡକୁ ଚାଲୁ ରଖିବ ତାକୁ ନେଇ ଆରମ୍ଭ କରିଛି ସମିକ୍ଷା । ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ କହିଛନ୍ତି ଯେ, ବିଜେପି ସରକାର ସବୁ ବେଳେ ଓଡ଼ିଶାବାସୀଙ୍କ ହିତରେ ରହିଛି । ସେଥିପାଇଁ ଉଭୟ କାର୍ଡକୁ ନେଇ ତର୍ଜମା କରାଯିବ । ଏହାପରେ ଜନତାଙ୍କ ପାଇଁ ଏକ ଉନ୍ନତ ପଦକ୍ଷେପ ନିଆଯିବ । ଲୋକଙ୍କୁ ହଇରାଣ ହେବାକୁ ପଡ଼ିବ ନାହିଁ ବୋଲି ଆଶ୍ୱସ୍ତି ଦେଇଛନ୍ତି ଓଡ଼ିଶା ବିଜେପି ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ।

ସେପଟେ ସରକାର ପରିବର୍ତ୍ତନ ପରେ ବିଭିନ୍ନ ଘରୋଇ ଡାକ୍ତରଖାନା ବିଜେଡି ସରକାରର BSKY କାର୍ଡ ନେବା ବନ୍ଦ କରିଦେଇଥିଲେ । ଯାହା ପରେ ଓଡ଼ିଶା ସରକାର କାର୍ଡ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ପୁଣିଥରେ ପୂର୍ବ ପରି ଚାଲୁ ହୋଇଥିଲା BSKY ସେବା । ତେବେ ଉଭୟ କାର୍ଡରେ ଲୋକମାନେ ଅଲଗା ଅଲଗା ସେବା ପାଇ ପାରୁଛନ୍ତି, ତେଣୁ ଆଗାମୀ ଦିନରେ ଉଭୟ କାର୍ଡକୁ ମିଶାଇ ଏକ ଉନ୍ନତ ଯୋଜନା ଆସିବାକୁ ଯାଉଛି । ଯାହା ସ୍ୱାସ୍ଥ୍ୟକ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବାର ଆଶା ରଖିଛନ୍ତି ଜନତା ।

ଆୟୁଷ୍ମାନ କାର୍ଡ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇ ବିଜେଡିର ଗଡ଼ ଭିତରେ ପ୍ରବେଶ କରିଛି ବିଜେପି । ହେଲେ ବିଜେଡିର ବିଜ୍ଞାପନକୁ ନେଇ ଲୋକଙ୍କ ମନରେ ଛନକା ପଶିଛି । କେଉଁ ଯୋଜନା ଚାଲୁ ରହିବ କେଉଁ ଯୋଜନା ବନ୍ଦ ହେବ ତାକୁ ନେଇ ଏବେ ବି ଆଶଙ୍କାରେ ରହିଛନ୍ତି ଓଡ଼ିଶାବାସୀ । BSKY କାର୍ଡକୁ ନେଇ ମଧ୍ୟ ଏବେ ଓଡ଼ିଶାବାସୀ ଚିନ୍ତାରେ ରହିଛନ୍ତି । ବିଜେଡି ସରକାରର ଏହି ଯୋଜନା ବନ୍ଦ ହେବ ନା ଚାଲୁ ରହିବ, ସେ ନେଇ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଛି । ସେପଟେ ବିଜେପି ଆଣିଛି ତାର ଆୟୁଷ୍ମାନ ଯୋଜନା କାର୍ଡ ।

Get real time updates directly on you device, subscribe now.