fbpx

BSNL ୟୁଜର୍ସଙ୍କ ପାଇଁ ଖୁସିଖବର! ସାମ୍ନାକୁ ଆସିଲା ୪G ଓ ୫G ଲଞ୍ଚିଂ ଡାଟା, ଖୋଦ୍ ସରକାର କଲେ ଖୁଲାସା

Advertisement

ନୂଆଦିଲ୍ଲୀ: ଏୟାରଟେଲ ଏବଂ ଜିଓ ୫ଜି ରୋଲଆଉଟରେ ଲାଗିପଡ଼ିଛନ୍ତି । ବିଏସଏନଏଲ ଏପର୍ଯ୍ୟନ୍ତ ୪ଜି ଆରମ୍ଭ କରିନଥିଲା, କିନ୍ତୁ ଏବେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି କମ୍ପାନୀ । କେନ୍ଦ୍ର ଆଇଟି ଏବଂ ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ଦିନ କହିଛନ୍ତି ଯେ, ୨୦୦ ଟି ସାଇଟରେ ବିଏସଏନଏଲ ୪ଜି ନେଟୱାର୍କ ଆରମ୍ଭ କରିଛି । କେବଳ ୨୦୦ ସାଇଟରେ ୪ଜି ନେଟୱାର୍କ ଆରମ୍ଭ ହୋଇଛି, କିନ୍ତୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ, ତିନିମାସ ପାଇଁ ପରୀକ୍ଷା କରାଯିବ, ଯଦି ସବୁ କିଛି ଠିକ୍ ହୁଏ ତେବେ ପ୍ରତିଦିନ ହାରାହାରି ୨୦୦ ଟି ସାଇଟରେ ଲଞ୍ଚ କରାଯିବ ।

ଯଦିଓ ବିଏସଏନଏଲ ୪ଜି ରୋଲଆଉଟ୍ କରିବା ଆରମ୍ଭ କରିଛି, ତଥାପି ଏହା ଏୟାରଟେଲ ଏବଂ ଜିଓ ପଛରେ ରହିଛି । ଆଗକୁ ଆସିବାକୁ ହେଲେ କମ୍ପାନୀ ୫ଜି ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ୍ । ୫ଜି ସମ୍ବନ୍ଧରେ ସରକାର ମଧ୍ୟ ଏକ ତାଜା ଅପଡେଟ ଦେଇଛନ୍ତି । ନଭେମ୍ବର-ଡିସେମ୍ବର ସୁଦ୍ଧା ୪ଜି ରୋଲଆଉଟ୍ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ତା’ପରେ ୪ଜି ନେଟୱାର୍କକୁ ୫ଜିରେ ଅପଗ୍ରେଡ୍ କରାଯିବ ।

ବୈଷ୍ଣବ କହିଛନ୍ତି ଯେ, “ଆଜି ପ୍ରାୟ ପ୍ରତ୍ୟେକ ମିନିଟରେ ଏକ ୫ଜି ସାଇଟ୍ ସକ୍ରିୟ ହେଉଛି । ବିଶ୍ୱ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଛି । ଆମ ପାଇଁ ଗର୍ବର ବିଷୟ ଯେ ଚାରଧାମରେ ୨,୦୦,୦୦୦ ତମ ସାଇଟ୍ ପ୍ରତିଷ୍ଠା କରାଯାଇଛି ।’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧ ଅକ୍ଟୋବରରେ ୫ଜି ସେବା ଆରମ୍ଭ କରିଥିଲେ । ସେବା ଆରମ୍ଭ ହେବାର ୫ ମାସ ମଧ୍ୟରେ ପ୍ରଥମ ୧ ଲକ୍ଷ ୫ଜି ସାଇଟ୍ ଆରମ୍ଭ ହୋଇଛି । ଅନ୍ୟପଟେ ଜିଓ ଏବଂ ଏୟାରଟେଲ୍ ଉଭୟ କମ୍ପାନୀ ବିଏସଏନଏଲଠାରୁ ଆଗରେ ଅଛନ୍ତି । ଉଭୟ କମ୍ପାନୀ ଦେଶର ପ୍ରାୟ ସମସ୍ତ ଅଂଶକୁ ୫ଜି ସହିତ କଭର୍ କରିଛନ୍ତି ।

Get real time updates directly on you device, subscribe now.