fbpx

(Video) BSNL ଲଞ୍ଚ୍ କଲା 5G Sim Card! ଏଣିକି ୟୁଜରଙ୍କୁ ମିଳିବ ଶସ୍ତା ପ୍ଲାନ, ଜାଣନ୍ତୁ ସତ୍ୟତା

ନୂଆଦିଲ୍ଲୀ: ସମସ୍ତ ଘରୋଇ ଟେଲିକମ୍ ନେଟୱର୍କ ନିଜର ରିଚାର୍ଜ ପ୍ଲାନ ମହଙ୍ଗା କରିବା ପରେ BSNLକୁ ମନେ ପକାଇଛନ୍ତି ୟୁଜର । ତେବେ ଏହି କମ୍ପାନୀ ହାଇସ୍ପିଡ ଇଣ୍ଟରନେଟ ସୁବିଧା ନଥିବାରୁ ଏହାର ୟୁଜର ଖୁବ କମ୍ ରହିଛି । କିନ୍ତୁ ଏବେ BSNL ହାଇସ୍ପିଡ ନେଟୱର୍କ ଉପଲବ୍ଧ କରାଇବା ପାଇଁ ଯୋଜନା ଚଳାଇଛି । ଏହାଭିତରେ BSNLର ୫ଜି ସିମ୍ ମାର୍କେଟକୁ ଆସି ସାରିଛି । ଯାହାକୁ ନେଇ ୟୁଜର ବେଶ୍ ଖୁସି ହୋଇଛନ୍ତି । ସୋସିଆଲ ମିଡିଆରେ BSNL ୫ଜି ସିମର ଏକ ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଜଣେ କର୍ମଚାରୀ BSNL ୫ଜି ସିମକୁ ପ୍ୟାକେଟ ଭିତରୁ ବାହାର କରୁଥିବାର ଏକ ଭିଡିଓ ଭାଇରାଲ ହେଉଛି ।

ଅଗାମୀ ଦିନରେ BSNL ଦେଶରେ ୪ଜି ଏବଂ ୫ଜି ସେବା ଆରମ୍ଭ କରିବାକୁ ଯାଉଛି । ଏଥିପାଇଁ କମ୍ପାନୀ ତରଫରୁ ଇନଫ୍ରାଷ୍ଟ୍ରକଚର ଟେଷ୍ଟିଂ ଜାରି ରହିଛି । ରିପୋର୍ଟ ଅନୁସାରେ, BSNL ର ଇନଫ୍ରାଷ୍ଟ୍ରକଚର ବ୍ୟବହାର କରି ସାଧାରଣ ଜନତାଙ୍କ ପାଇଁ ୫ଜି ଟ୍ରାଏଲ କରିବା ପାଇଁ ଅନେକ କମ୍ପାନୀ ପ୍ରସ୍ତୁତ ରହିଛନ୍ତି । ଏହି ତାଲିକାରେ ଟାଟା କନସଲଟେନ୍ସି, ତେଜା ନେଟୱର୍କସ, ବିଏନଏଲ, ୟୁନାଇଟେଡ ଟେଲିକମ୍, କୋରଲ ଟେଲିକମ୍ ଏବଂ ଏଚଏଫସିଏଲ ଇତ୍ୟାଦି କମ୍ପାନୀ ରହିଛନ୍ତି । ଏହିସବୁ କମ୍ପାନୀ BSNL ନେଟୱର୍କ ବ୍ୟହାର କରି ୫ଜି ଟ୍ରାଏଲ କରିବେ । BSNL କୁ ୭୦୦ ମେଗାହର୍ଜ , ୨୨୦୦ ମେଗାହର୍ଜ, ୩୩୦୦ ମେଗାହର୍ଜ ଏବଂ ୨୬ ମେଗାହର୍ଜର ସ୍ପେକ୍ଟ୍ରମ ବ୍ୟାଣ୍ଡ ଦେଇଛନ୍ତି ସରକାର । ଏହି ସ୍ପେକ୍ଟ୍ରମ ଜରିଆରେ BSNL ସାରା ଦେଶରେ ୪ଜି ଏବଂ ୫ଜି ନେଟୱର୍କ ଉପଲବ୍ଧ କରିବ ।

କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖୁବ ଭିଡିଓ ଖୁବ ଭାଇରାଲ ହେଉଛି । ମହାରାଷ୍ଟ୍ରର ଏକ BSNL ଅଫିସରେ ଏହି ଭିଡିଓ ରେକର୍ଡ ହୋଇଥିବା କୁହାଯାଉଛି । ଏହି ଭିଡିଓରେ BSNL କର୍ମଚାରୀ ସିମ୍ କାର୍ଡ ପ୍ୟାକେଟ ଖୋଲୁଥିବା ଦେଖାଯାଇଛି । ଏହି ସିମ୍ ଉପରେ ୫ଜିର ଲୋଗୋ ମଧ୍ୟ ଲାଗିଛି । ତେବେ ଏହା ନେଟୱର୍କ ଟେଷ୍ଟିଂ ପାଇଁ କିମ୍ବା ଲୋକମାନଙ୍କ ପାଇଁ ଲଞ୍ଚ୍ କରାଯାଇଛି, ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ତେବେ BSNL ବର୍ତ୍ତମାନ ପର୍ଯ୍ୟନ୍ତ ୪ଜି କିମ୍ବା ୫ଜି ସେବା ଆରମ୍ଭ କରିନାହିଁ । ଭାଇରାଲ ହେଉଥିବା ସିମ୍ କାର୍ଡରେ ୫ଜି ରେଡି ଲେଖା ହୋଇଥିବା ଦେଖାଯାଉଛି । ଅର୍ଥାତ୍ BSNL ଏହି ସେବା ଆରମ୍ଭ କରିବା ପରେ ୟୁଜର ଏହି ସିମ୍ ଜରିଆରେ ୫ଜି ଇଣ୍ଟରନେଟ ବ୍ୟବହାର କରିପାରିବେ ।

 

Get real time updates directly on you device, subscribe now.