ନୂଆଦିଲ୍ଲୀ: ସରକାରୀ ଟେଲିକମ୍ ସଂସ୍ଥା ବିଏସଏନଏଲ ଦିନକୁ ଦିନ ଶସ୍ତା ରିଚାର୍ଜ ପ୍ଲାନ ବାହାର କରୁଛି । ଏହି କାରଣ ଯୋଗୁଁ ଅନେକ ଗ୍ରାହକ ଜିଓ, ଏୟାରଟେଲ ଛାଡି BSNL ମୁହାଁ ହେଉଛନ୍ତି । ଏହି କମ୍ପାନୀ ଗୁଡିକ ରିଚାର୍ଜ ପ୍ଲାନର ଦାମ୍ ବୃଦ୍ଧି କରିବା କାରଣରୁ ସମସ୍ତେ ବିଏସଏନଏଲ ମୁହାଁ ହୋଇଛନ୍ତି । କମ୍ପାନୀ ପରୀ ଦେଶରେ 50 ହଜାର 4ଜି ଟାଓ୍ବାର ଲଗାଇଛି । ଏଥି ମଧ୍ୟରୁ 41 ହଜାର ଟାଓ୍ବାର ବର୍ତ୍ତମାନ କାର୍ଯ୍ୟକ୍ଷମ ହେଉଛି । ତେବେ ଆଗାମୀ କିଛି ଦିନ ମଧ୍ୟରେ ସବୁ ଟାଓ୍ବାର କାର୍ଯ୍ୟକ୍ଷମ ହେବାର ଯୋଜନା ରହିଛି । ତେବେ ଏନେଇ ସଞ୍ଚାର ମନ୍ତ୍ରୀ ଜ୍ୟୋର୍ତିରାଜ ସିନ୍ଧିଆ କହିଛନ୍ତି, ଆସନ୍ତା 2025 ମସିହା ଜୁନ ମାସ ସୁଦ୍ଧା ଦେଶର ସମସ୍ତ ସ୍ଥାନରେ 4ଜି ସେବା ଲାଗୁ ହେବ ।
ବିଏସଏନଏଲର ଏକ ଶସ୍ତାର ପ୍ଲାନର ଦାମ୍ 900 ଟଙ୍କା ରହିଛି । ଏହି ପ୍ଲାନର ଭାଲିଡିଟି 200 ଦିନ ଅର୍ଥାତ୍ 7 ମାସ ଅଟେ । ଏହି ସମୟରେ ଗ୍ରାହକ ଯେକୌଣସି ନେଟଓ୍ବର୍କକୁ ଅନଲିମିଟେଡ୍ କଲ୍ କରିପାରିବେ । କିନ୍ତୁ ଏହି ପ୍ଲାନରେ କୌଣସି ଡାଟା ମିଳିବ ନାହିଁ । ଯେଉଁମାନେ ଇଣ୍ଟରନେଟ ବ୍ୟବହାର କରୁନାହାନ୍ତି ଏହି ପ୍ଲାନ ସେମାନଙ୍କ ପାଇଁ ଉପଯୁକ୍ତ ଅଟେ ।
ବିଏସଏନଏଲର ଆଉ ଏକ ପ୍ଲାନ ରହିଛି, ଏହାର ଦାମ୍ 997 ଟଙ୍କା ଅଟେ । ଏହି ପ୍ଲାନରେ ମଧ୍ୟ ଅନଲିମିଟେଡ୍ କଲିଂ ସୁବିଧା ମିଳିଥାଏ । ପ୍ରତ୍ୟେକ ଦିନ 2ଜିବି ଡାଟା ଏବଂ 100 ଏସଏମଏସ ସୁବିଧା ମିଳିଥାଏ । ଏହି ପ୍ଲାନର ଭାଲିଡିଟି 160 ଦିନ ଅଟେ । କଲିଂ ସହିତ ଯେଉଁମାନେ ଡାଟା ବ୍ୟବହାର କରିବା ପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଉପଯୁକ୍ତ ଅଟେ । ଯଦି ଦେଖିବା ଜିଓ, ଏୟାରଟେଲ ଏବଂ ଭୋଡାଫୋନ ଏତେ ଲମ୍ବା ଭାଲିଡିଟି ପ୍ଲାନ ଦିଅନ୍ତି ନାହିଁ । ତେବେ ଟ୍ରାଇ ପକ୍ଷରୁ ଟେଲିକମ୍ ସଂସ୍ଥାକୁ ଆଦେଶ ଦିଆଯାଇଛି । ନେଟଓ୍ବର୍କ ପହଞ୍ଚୁଥିବା ସ୍ଥାନଗୁଡିକୁ ନିଜ ଓ୍ବେବସାଇଟରେ ନକ୍ସା ସାହାଯ୍ୟରେ ଦେଖାଇବା ପାଇଁ କୁହାଯାଇଛି ।