BSNL ଆଣିଲା ଦମଦାର ପ୍ଲାନ, 3ଟଙ୍କାରୁ ବି କମରେ ମିଳିବ କଲିଂ ସାଙ୍ଗକୁ ଡାଟା!
ସରକାରୀ କମ୍ପାନୀ BSNL ତାର ଉପଭୋକ୍ତାଙ୍କ ପାଇଁ ଅନେକ ଶସ୍ତା ରିଚାର୍ଜ ଯୋଜନା ପ୍ରଦାନ କରୁଛି । ଏହି ପ୍ଲାନର ଦାମ୍ 397 ଟଙ୍କା ଅଟେ ।
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ମହଙ୍ଗା ପ୍ଲାନ ଯୋଗୁଁ ଅସନ୍ତୁଷ୍ଟ ରହିଛନ୍ତି ୟୁଜର୍ସ । ଏହାରି ଭିତରେ ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ ଏକ ଶସ୍ତା ପ୍ଲାନ ରୋଲଆଉଟ କରିଛି । ମାତ୍ର 3ଟଙ୍କାରୁ ବି କମ୍ ଟଙ୍କା ଖର୍ଚ୍ଚ କରି ମଜା ନେଇପାରିବେ ।
BSNLର 397 ଟଙ୍କିଆ ପ୍ଲାନ- ଦେଶର ଏକମାତ୍ର ସରକାରୀ ଟେଲିକମ୍ କମ୍ପାନୀ BSNL ଏହାର ଶସ୍ତା ରିଚାର୍ଜ ପ୍ଲାନ୍ ପାଇଁ ପ୍ରସିଦ୍ଧ। କମ୍ପାନୀ ଏହାର 397 ଟଙ୍କାର ପ୍ଲାନରେ ଉପଭୋକ୍ତାମାନଙ୍କୁ ଅନେକ ସୁବିଧା ଦେଉଛି । ଏହି ପ୍ଲାନର ବୈଧତା 150 ଦିନ ଅର୍ଥାତ୍ 5 ମାସ। ଏଥିରେ ପ୍ରଥମ 30 ଦିନ ପାଇଁ ଉପଭୋକ୍ତାମାନଙ୍କୁ ପ୍ରତିଦିନ 2GB ଡାଟା ହାରରେ ମୋଟ 60GB ଡାଟା ପ୍ରଦାନ କରାଯାଉଛି ।
ସେହିପରି, ପ୍ରଥମ 30 ଦିନ ପାଇଁ ଉପଭୋକ୍ତାମାନେ ମାଗଣା ଅସୀମିତ କଲିଂ ଏବଂ ପ୍ରତିଦିନ 100 ଟି SMS ର ସୁବିଧା ପାଇପାରିବେ । 30 ଦିନ ପରେ ଏହି ପ୍ଲାନରେ ଡାଟା, କଲିଂ ଏବଂ SMS ସୁବିଧା ସମାପ୍ତ ହୋଇଯିବ। ଏହା ପରେ, ଉପଭୋକ୍ତାମାନଙ୍କର 4 ମାସର ବୈଧତା ବାକି ରହିବ।
797ଟଙ୍କିିଆ ପ୍ଲାନ- BSNLର 797 ଟଙ୍କାର ପ୍ଲାନର ଫାଇଦା 397 ଟଙ୍କାର ପ୍ଲାନ ତୁଳନାରେ ଦୁଇଗୁଣ ଅଧିକ । ୭୯୭ ଟଙ୍କାରେ, ଉପଭୋକ୍ତାମାନଙ୍କୁ ୧୦ ମାସ ଅର୍ଥାତ୍ ୩୦୦ ଦିନର ବୈଧତା, ପ୍ରଥମ ୬୦ ଦିନ ପାଇଁ କଲିଙ୍ଗ, ଡାଟା ଏବଂ SMS ସୁବିଧା ମିଳିଥାଏ ।