fbpx

BSNL ରେ ବାହାରିଲା ବମ୍ପର ନିଯୁକ୍ତିର ସୁଯୋଗ, କରନ୍ତୁ ତୁରନ୍ତ ଆବେଦନ

କର୍ଣ୍ଣାଟକ : ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) କର୍ଣ୍ଣାଟକ ସର୍କଲ ଆପ୍ରେଣ୍ଟିସ ପଦବୀ ନିଯୁକ୍ତି ପାଇଁ ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନକୁ ଆମନ୍ତ୍ରଣ କରିଛି। ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ bsnl.co.in ପରିଦର୍ଶନ କରି ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇ ଗଲାଣି । ଏହା ୨୨ ଅଗଷ୍ଟରୁ ଆରମ୍ଭ ହୋଇ ୩୦ ଅଗଷ୍ଟ ୨୦୨୨ ରେ ଶେଷ ହେବ। ଯେଉଁ ପ୍ରାର୍ଥୀମାନେ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ବିଜ୍ଞପ୍ତିରେ ସମସ୍ତ ଆବଶ୍ୟକୀୟ ତଥ୍ୟ ଯାଞ୍ଚ କରି ଆବେଦନ କରିପାରିବେ।
ପଦବୀ ସଂଖ୍ୟା:ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ୧୦୦ ଟି ପଦବୀ ସଂଗଠନରେ ନିଯୁକ୍ତ ହେବେ ।

ଜାଣନ୍ତୁ କିଏ ଆବେଦନ କରିପାରିବ?
ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ଜରୁରୀ । ରାଜ୍ୟ ପରିଷଦ କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ବୈଷୟିକ ଶିକ୍ଷା ବୋର୍ଡ ଦ୍ୱାରା ସମ୍ପୃକ୍ତ ବିଷୟ ଉପରେ ଡିପ୍ଲୋମା ଇନ୍ ଇଞ୍ଜିନିୟରିଙ୍ଗ କିମ୍ବା ଟେକ୍ନୋଲୋଜିରେ ଥିବା ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ । ଆବେଦନକାରୀମାନେ ୨୦୧୯, ୨୦୨୦ କିମ୍ବା ୨୦୨୧ ରେ ଇଞ୍ଜିନିୟରିଂ ପାସ୍ କରିବା ଉଚିତ୍ ।

କିପରି କରାଯିବ ଚୟନ ?
ସମ୍ପୃକ୍ତ ବିଷୟଗୁଡିକ ପାଇଁ ପ୍ରଯୁଜ୍ୟ ମୋୖଳିକ ନିର୍ଦ୍ଦିଷ୍ଟ ଯୋଗ୍ୟତା ହାସଲ କରିଥିବା ମାର୍କ ଆଧାରରେ ପ୍ରାର୍ଥୀମାନଙ୍କୁ ସର୍ଟଲିଷ୍ଟ କରାଯିବ । ଏହା ପରେ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ପ୍ରାର୍ଥୀଙ୍କୁ ହାଜର ହେବାକୁ ପଡିବ। ଏହା ପରେ ତାଙ୍କ ଯୋଗ୍ୟତା ହିସାବରେ ଚୟନ କରାଯିବ ।

Get real time updates directly on you device, subscribe now.