ଆଜି ବନ୍ଦ ହୋଇଯିବ BSNLର ଏହି ସର୍ଭିସ, ଲକ୍ଷ ଲକ୍ଷ ଲୋକଙ୍କ ଉପରେ ପଡ଼ିବ ପ୍ରଭାବ
ସରକାରୀ ଟେଲିକମ୍ କମ୍ପାନୀ BSNL ଆଜିଠାରୁ ଏହାର ଏକ ସ୍ପେସିଆଲ ସର୍ଭିସକୁ ବନ୍ଦ କରିବାକୁ ଯାଉଛି। 4G ରୋଲ ଆଉଟ୍ ପୂର୍ବରୁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି।
ନୂଆଦିଲ୍ଲୀ: ଭରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ର ଗ୍ରାହକମାନେ ଏକ ବଡ଼ ଝଟକା ପାଇବାକୁ ଯାଉଛନ୍ତି। ସରକାରୀ ଟେଲିକମ୍ କମ୍ପାନୀ ଆଜିଠାରୁ ଏହାର ଗୋଟିଏ ସେବାକୁ ବନ୍ଦ କରିବାକୁ ଯାଉଛି। ଏହା ଲକ୍ଷ ଲକ୍ଷ ଗ୍ରାହକଙ୍କୁ ପ୍ରଭାବିତ କରିବ।
ସାରା ଦେଶରେ 4G ସେବା ଆରମ୍ଭ କରିବା ପୂର୍ବରୁ କମ୍ପାନୀ ଏହି ବଡ ନିଷ୍ପତ୍ତି ନେଇଛି। ବାସ୍ତବରେ କମ୍ପାନୀ ବିହାରରେ ଆଜିଠାରୁ 3G ସେବା ବନ୍ଦ କରୁଛି।
ଏହି ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ: 3G ସିମ୍ ବ୍ୟବହାର କରୁଥିବା ଗ୍ରାହକଙ୍କ ଉପରେ BSNL ର ଏହି ନିଷ୍ପତ୍ତି ସବୁଠାରୁ ଅଧିକ ପ୍ରଭାବ ପକାଇବ। ସେବା ବନ୍ଦ ହେବା ପରେ, ସେମାନେ କେବଳ ମୋବାଇଲରୁ କଲ୍ ଏବଂ SMS କରିବାକୁ ସକ୍ଷମ ହେବେ, କିନ୍ତୁ ଇଣ୍ଟରନେଟ୍ ଉପଭୋଗ କରିବାକୁ ସମର୍ଥ ହେବେ ନାହିଁ।
କିଛି ଦିନ ପୂର୍ବରୁ ବିଏସଏନଏଲ ଅଧିକାରୀମାନେ କହିଥିଲେ ଯେ, ବିହାର ରାଜ୍ୟରେ 4G ନେଟୱାର୍କକୁ ଅପଗ୍ରେଡ କରାଯାଇଛି। ସେଥିପାଇଁ 3G ସେବା ବନ୍ଦ କରାଯାଉଛି।
ମାଗଣାରେ ସିମ ଅପଗ୍ରେଡ କରୁଛି BSNL: 3G ସିମ୍ ୟୁଜର୍ସ ଯଦି ଡାଟାର ମଜା ନେବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ସିମ ଅପଗ୍ରେଟ କରିବାକୁ ପଡିବ। ବିଏସଏନଏଲ ବିନା କୌଣସି ମୂଲ୍ୟରେ ନିଜ ଗ୍ରାହକମାନଙ୍କୁ 3G ସିମ ବଦଳରେ 4G ସିମ ଦେଉଛି। ଭବିଷ୍ୟତରେ ଏହି ସିମ ଉପରେ 5G କନେକ୍ଟିଭିଟୀର ମଧ୍ୟ ମଜା ନିଆଯାଇପାରିବ ।
ପ୍ରଭାବିତ ୟୁଜର୍ସ ବିଏସଏନଏଲର ଅଫିସ ଯାଇ ନିଜ ସିମ ପରିବର୍ତ୍ତନ କରିପାରିବେ। ଏଥିପାଇଁ ସେମାନଙ୍କୁ ନିଜର ପରିଚୟ ପତ୍ର ସାଙ୍ଗରେ ନେଇକି ଯିବାକୁ ପଡିବ । ବିହାର ବ୍ୟତୀତ ଅନେକ ରାଜ୍ୟଗୁଡ଼ିକରେ ବିଏସଏନଏଲ ନିଜର ୩ଜି ସର୍ଭିସକୁ ବନ୍ଦ କରୁଛି।