fbpx

BSNL ଲଞ୍ଚ୍ କରିବ 5G ମୋବାଇଲ! କ୍ୟାମେରା 200MP : ସ୍ପଷ୍ଟ ସୂଚନା ଦେଲା ସରକାରୀ କମ୍ପାନୀ

ନୂଆଦିଲ୍ଲୀ: ଘରୋଇ ଟେଲିକମ୍ କମ୍ପାନୀ ଜିଓ ଏବଂ ଏୟାରଟେଲ ଇତ୍ୟାଦି ନିଜ ରିଚାର୍ଜ ପ୍ଲାନରେ ବୃଦ୍ଧି କରିବା ପରେ ୟୁଜରଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହାପରେ ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ ଉପରେ ସମସ୍ତଙ୍କ ଆଶା ଭରସା ରହିଛି । ଏହି ସୁଯୋଗର ଫାଇଦା ଉଠାଇବା ପାଇଁ BSNL ମଧ୍ୟ ଆଗଭର ହୋଇଛି । ଏଥଇପାଇଁ କମ୍ପାନୀ ଖୁବଶୀଘ୍ର 4G-5G ନେଟୱର୍କ ଆରମ୍ଭ କରିବାକୁ ପ୍ରୟାସ ଜାରି ରଖିଛି । ଏହାବ୍ୟତୀତ BSNL ଏକ 5G ଫୋନ୍ ଲଞ୍ଚ୍ କାରିବ ବୋଲି ଶୁଣିବାକୁ ମିଳୁଛି । ଏହି ଫୋନ୍ ୨୦୦ ମେଗା ପିକ୍ସେଲ କ୍ୟାମେରା ରହିବ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ତେବେ ଏ ନେଇ ସରକାରୀ କମ୍ପାନୀ ତରଫରୁ ପ୍ରକୃତ ତଥ୍ୟ ଦିଆଯାଇଛି ।

ଭାରତ ସରକାରଙ୍କ ଟେଲିକମ୍ କମ୍ପାନୀ BSNL ଅଧିକ ୟୁଜରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ ଜାରି ରଖିଛି । BSNL ନେଟୱର୍କର ବିସ୍ତାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଟେଲିକମ୍ ମିନିଷ୍ଟର ଇଚ୍ଛା ଜାହିର କରିଛନ୍ତି । ଶସ୍ତା ରିଚାର୍ଜ ପ୍ଲାନ ଏବଂ ନେଟୱର୍କ ସୁବିଧା ଯୋଗାଇ ଦେବା ସହ ବିଏସଏନଏଲ ୟୁଜରଙ୍କ ପାଇଁ ୫ଜି ମୋବାଇଲ ଲଞ୍ଚ୍ କରିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି । ୭୦୦୦mah ବ୍ୟାଟେରୀ ସହ ଏହି ଫୋନରେ ୟୁଜରଙ୍କୁ ୨୦୦ ମେଗା ପିକ୍ସେଲ କ୍ୟାମେରା ମଧ୍ୟ ମିଳିପାରିବ । ଏହାସହିତ ଏହି ଫୋନରେ ୟୁଜର ସୁଷ୍ଫାଷ୍ଟ 5G କନେକ୍ଟିଭିଟି ପାଇପାରିବେ । ତେବେ ଏହି ଫୋନ୍ ୟୁଜରଙ୍କ ପାଇଁ ବେଶ୍ ଲାଭଦାୟକ ହୋଇପାରିବ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

ସେପଟେ ଏହି ମାମଲାରେ BSNL କମ୍ପାନୀ ତରଫରୁ ମଧ୍ୟ ସ୍ପଷ୍ଟ ସୂଚନା ମିଳିଛି । ସୋସିଆଲ ମିଡିଆରେ ଆଲୋଚନା ହେଉଥିବା ଏହି ମେସେଜ ସମ୍ପୂର୍ଣ୍ଣ ମିଛ ଏବଂ ଗୁଜବ ବୋଲି ସ୍ପଷ୍ଟ କରିଛି BSNL । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ଟ୍ୱିଟର)ରେ ଏକ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛି ସରକାରୀ ଟେଲିକମ୍ କମ୍ପାନୀ । ଏହି ପୋଷ୍ଟରେ ଲେଖାଯାଇଛି ଯେ, ଭୁଲ ଖବର ତଥା ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ ଏବଂ BSNLର ୱେବସାଇଟରେ ସତ୍ୟ ଖବର ବିଷୟରେ ଜାଣନ୍ତୁ ।

BSNLର ଏହି ପୋଷ୍ଟରୁ ଜଣାଯାଇଛି ଯେ, କମ୍ପାନୀ କୌଣସି 5G ଫୋନ୍ ଲଞ୍ଚ୍ କରିବା ଖବର ସମ୍ପୂର୍ଣ୍ଣ ମିଛ ଏବଂ ଗୁଜବ । ସୋସିଆଲ ମିଡିଆରେ ଭାଇରାଲ କରାଯାଉଥିବା ଏହି ଗୁଜବରେ କୌଣଶସି ସତ୍ୟତା ନାହିଁ ବୋଲି କମ୍ପାନୀର ଏହି ପୋଷ୍ଟ ସ୍ପଷ୍ଟ କରିଛି । ତେବେ BSNL ସାରା ଦେଶରେ 4G ଏବଂ 5G ନେଟୱର୍କ ଲଞ୍ଚ୍ କରିବା ପାଇଁ ପ୍ରସ୍ତୁତି ଜାରି ରଖିଛି ।

Get real time updates directly on you device, subscribe now.