fbpx

BSNLର ଶସ୍ତା ପ୍ଳାନ୍: ମାତ୍ର ଏତିକି ଟଙ୍କା ରିଚାର୍ଜରେ ପାଇପାରିବେ ୩୯୫ ଦିନର ଭାଲିଡିଟି

BSNL ଗତ କିଛି ମାସ ମଧ୍ୟରେ ନିଜ ୟୁଜର୍ସମାନଙ୍କ ପାଇଁ ଅନେକ ଶସ୍ତା ରିଚାର୍ଜ ପ୍ଲାନ ଆରମ୍ଭ କରିଛି । ବେସରକାରୀ କମ୍ପାନୀଗୁଡିକର ରିଚାର୍ଜ ପ୍ଲାନ ମହଙ୍ଗା ହୋଇଯାଉଥିବାରୁ ଲକ୍ଷ ଲକ୍ଷ ୟୁଜର୍ସ ସରକାରୀ ଟେଲିକମ୍ କମ୍ପାନୀ BSNL କୁ ସେମାନଙ୍କ ନମ୍ବର ପୋର୍ଟ କରୁଛନ୍ତି । BSNL ର ଏପରି ଏକ ରିଚାର୍ଜ ପ୍ଲାନ ଅଛି, ଯାହା ୩୯୫ ଦିନର ଭାଲିଡିଟି ପ୍ରଦାନ କରେ ।

କୌଣସି ଘରୋଇ ଟେଲିକମ୍ କମ୍ପାନୀର ଏପରି ରିଚାର୍ଜ ପ୍ଲାନ ନାହିଁ ଯାହା ୧ ବର୍ଷରୁ ଅଧିକ ଭାଲିଡିଟି ଦେଇଥାଏ । BSNLର ଏହି ରିଚାର୍ଜ ପ୍ଲାନ ୟୁଜରମାନଙ୍କୁ ବାରମ୍ବାର ସେମାନଙ୍କ ନମ୍ବର ରିଚାର୍ଜ କରିବାର ଟେନସନରୁ ମୁକ୍ତ କରିବ ।

BSNLର ଏହି ରିଚାର୍ଜ ପ୍ଲାନ ୨,୩୯୯ ଟଙ୍କା ପାଇଁ ଆସିଛି । ଭାରତ ସଞ୍ଚାର ନିଗମ ଲିମିଟେଡର ଏହି ରିଚାର୍ଜ ପ୍ଲାନ ୩୯୫ ଦିନର ଭାଲିଡିଟି ପ୍ରଦାନ କରେ । ଏହି ପ୍ଲାନରେ, ୟୁଜର୍ସମାନେ ଦେଶର ଯେକୌଣସି ନମ୍ବରକୁ ଅନଲିମିଟେଡ଼ ଭଏସ୍ କଲିଂର ଅଫର ମଧ୍ୟ ପାଇପାରିବେ । ଏହା ବ୍ୟତୀତ, BSNLର ଏହି ପ୍ରିପେଡ୍ ପ୍ଲାନରେ ୟୁଜରମାନଙ୍କୁ ପ୍ରତିଦିନ ୨GB ହାଇ ସ୍ପିଡ୍ ଡାଟା ସୁବିଧା ମଧ୍ୟ ଦିଆଯାଉଛି । ଡେଲି ଲିମିଟ୍ ସରିଯିବା ପରେ ମଧ୍ୟ ୟୁଜର୍ସମାନେ ୪୦kbps ସ୍ପିଡ଼ରେ ଅନଲିମିଟେଡ଼ ଇଣ୍ଟରନେଟ୍ ପାଇବେ ।

BSNLର ଏହି ରିଚାର୍ଜ ପ୍ଲାନରେ, ୟୁଜର୍ସମାନେ ଫ୍ରି ନ୍ୟାସନାଲ ରୋମିଂର ଲାଭ ପାଇପାରିବେ । ଏହା ବ୍ୟତୀତ ୟୁଜର୍ସମାନେ ପ୍ରତିଦିନ ୧୦୦ ଫ୍ରି SMSର ସୁବିଧା ମଧ୍ୟ ପାଇବେ । ଏଥିରେ, ୟୁଜର୍ସମାନଙ୍କୁ ୩୦ ଦିନ ପାଇଁ ଫ୍ରି BSNL ଟ୍ୟୁନ୍ ର ଲାଭ ମଧ୍ୟ ମିଳିବ । କେବଳ ଏତିକି ନୁହେଁ, ୟୁଜର୍ସମାନେ Hardy Games, Challenger Arena Games, Gameon & Astrotell, Gameium, Zing Music, WOW Entertainment, Lystn Podocat ଭଳି ଭାଲ୍ୟୁ ଆଡେଡ୍ ସର୍ଭିସଗୁଡିକର ଲାଭ ମଧ୍ୟ ପାଇଥା’ନ୍ତି ।

ସୂଚନାଯୋଗ୍ୟ, BSNL ଖୁବ୍ ଶୀଘ୍ର ସମଗ୍ର ଦେଶରେ ନିଜର 4G ସର୍ଭିସ ଆରମ୍ଭ କରିପାରେ । ଏକ ରିପୋର୍ଟ ଅନୁଯାୟୀ, ସରକାରୀ ଟେଲିକମ୍ କମ୍ପାନୀ ଅକ୍ଟୋବରରେ ସାରା ଦେଶରେ 4G ସର୍ଭିସ ଆରମ୍ଭ କରିବାକୁ ଯାଉଛି । ଏବେ କମ୍ପାନୀ ଦେଶର ସମସ୍ତ ବଡ ସହର ଏବଂ ଟେଲିକମ୍ ସର୍କଲରେ 4G ସର୍ଭିସର ଟ୍ରାଏଲ କରୁଛି । କେବଳ ଏତିକି ନୁହେଁ କମ୍ପାନୀ ସାରା ଦେଶରେ ୨୫ ହଜାରରୁ ଅଧିକ 4G ମୋବାଇଲ୍ ଟାୱାର ମଧ୍ୟ ସ୍ଥାପନ କରିଛି । ଏହା ବ୍ୟତୀତ BSNL ଖୁବ୍ ଶୀଘ୍ର 5G ଟ୍ରାଏଲ ମଧ୍ୟ କରିବାକୁ ଯାଉଛି ।

Get real time updates directly on you device, subscribe now.