fbpx

ବିରୋଧୀ କ୍ଷମତା ପାଇବା ଲାଗି ଗଠବନ୍ଧନ କରୁଛନ୍ତି, କ୍ଷମତାସୀନ ଦଳ ଓ ବିରୋଧୀ ଗଠବନ୍ଧନ ଠାରୁ ଅଲଗା ହୋଇ ଏକାକୀ ଲଢିବେ ନିର୍ବାଚନ

ଲକ୍ଷ୍ନୌ: ବିଏସପି ସୁପ୍ରିମୋ ମାୟାବତୀ ବିରୋଧୀ ଗଠବନ୍ଧନ INDIA କୁ ଶକ୍ତ ଝଟକା ଦେଇଛନ୍ତି । ବୁଧବାର ମାୟାବତୀ କହିଛନ୍ତି ତାଙ୍କ ଦଳ ଲୋକସଭା ଓ ଅନ୍ୟ ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନ ଏକାକୀ ଲଢିବେ । ମାୟାବତୀ କହିଛନ୍ତି ବିରୋଧୀ ଦଳ କ୍ଷମତା ପାଇବା ଲାଗି ଗଠବନ୍ଧନ କରୁଛନ୍ତି । ସେ ବିଜେପି ଓ କଂଗ୍ରେସକୁ ସମାନ ବୋଲି କହିଛନ୍ତି ଏବଂ କହିଛନ୍ତି କ୍ଷମତାରୁ ବାହାରି ଯିବା ପରେ ହିଁ କଂଗ୍ରେସର ଦଳିତ ଓ ପଛୁଆ ବର୍ଗଙ୍କ କଥା ମନେ ପଡେ । ଏବେ କ୍ଷମତାକୁ ଫେରିବା ଲାଗି କଂଗ୍ରେସ ଜାତିବାଦୀ ଦଳ ଓ ପୁଞ୍ଜିବାଦୀ ଶକ୍ତିଙ୍କ ସହ ଗଠବନ୍ଧନ କରୁଛି ।

ଗଣମାଧ୍ୟମକୁ ସମ୍ବୋଧନ କରି ମାୟାବତୀ କହିଛନ୍ତି ଏଇଥିପାଇଁ ବିଏସପି ନିଷ୍ପତ୍ତି ନେଇଛି ତାଙ୍କ ଦଳ ଲୋକସଭା ନିର୍ବାଚନ ଏବଂ ଅନ୍ୟ ତିନି ରାଜ୍ୟ( ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ)ରେ ହେଉଥିବା ନିର୍ବାଚନ ଏକାକୀ ଲଢିବ । ହରିୟାଣା, ପଞ୍ଜାବ ଓ ତେଲେଙ୍ଗାନାରେ ଦଳ ଆଞ୍ଚଳିକ ଦଳମାନଙ୍କ ସହ ଗଠବନ୍ଧନ କରିବ ।

Get real time updates directly on you device, subscribe now.