fbpx

ବିଏସପି ସାଂସଦ କରୋନା ପଜିଟିଭ୍: ଗତକାଲି ସଂସଦରେ ଥିଲେ ଉପସ୍ଥିତ

Advertisement

ନୂଆଦିଲ୍ଲୀ: ବିଏସପି ସାଂସଦ କୁୱଂର ଦାନିଶ ଅଲୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମଙ୍ଗଳବାର ଦାନିଶ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେ ସୋମବାର ଦିନ ସଂସଦୀୟ ବୈଠକରେ ଯୋଗ ଦେଇଥିଲେ । ଚିନ୍ତାର ବିଷୟ ଏହା ଯେ , ଲୋକସଭାର ସମସ୍ତ ସଦସ୍ୟଙ୍କ ସଂର୍ଶ୍ପରେ ଆସିଥିଲେ । ଅନ୍ୟ ଲୋକସଭା ସଦସ୍ୟମାନଙ୍କୁ ଅଲଗା ରଖାଯାଇଛି । ଏଥି ମଧ୍ୟରୁ ଜଣା ପଡିଛି, ସେ ଦୁଇଟି ଯାକ ଟିକା ନେଇଛନ୍ତି । କ୍ନୁୱାର ଦାନିଶ ଅଲ୍ଲୀ ନିଜେ ଟ୍ୱଟ୍ କରି କହିଛନ୍ତି ସେ କରୋନାରେ ପଜିଟିଭ ବୋଲି ।

କରୋନାର ଆଉ ଏକ ଭେରିଆନଟ୍ ହେଉଛି ଭୟବିତର କାରଣ । ଦେଶରେ ଧିରେ ଧିରେ ସମସ୍ତ ରାଜ୍ୟକୁ ଓମିକ୍ରନ ବ୍ୟାପି ଚାଲିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାଇ ଦେଶରେ ୨୦୦ରୁ ଉର୍ଦ୍ଧ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଇଛି । ଓମିକ୍ରନ ଆକ୍ରନ୍ତରୁ ୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Get real time updates directly on you device, subscribe now.