fbpx
BSKY
BJD SHG SKY
BJD MC SKY

ଆସନ୍ତାକାଲି ଉପସ୍ଥାପିତ ହେବାକୁ ଥିବା ବଜେଟ୍ କୁ ନେଇ ବହୁ ଆଶାୟୀ ଗୃହିଣୀ, ଗୃହରେ ଉପସ୍ଥାପନ ହେଲା IMF ରିପୋର୍ଟ

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ହାର ସାମ୍ନାରେ ଦେଶର ସାଧାରଣ ଲୋକ ଆଗାମୀ ଦିନରେ ଅଧିକ ଆରାମ ପାଇପାରିବେ, କାରଣ ମୁଦ୍ରାସ୍ଫୀତି ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଭାରତରେ ମୁଦ୍ରାସ୍ଫୀତି ହାର ମାର୍ଚ୍ଚ ୩୧ ଶେଷ ହେବାକୁ ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ୬.୮ ପ୍ରତିଶତରୁ ଆସନ୍ତା ଆର୍ଥିକ ବର୍ଷରେ ୫ ପ୍ରତିଶତକୁ ହ୍ରାସ ପାଇପାରେ ବୋଲି ଆଶାକରାଯାଉଛି ।କେବଳ ଏତିକି ନୁହେଁ ୨୦୨୪ ମସିହାରେ ଏହା ଆହୁରି ୪ପ୍ରତିଶତକୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ମଙ୍ଗଳବାର ଏହି ଆକଳନ କରିଛି। ଆଇଏମଏଫର ଅନୁସନ୍ଧାନ ବିଭାଗର ମୁଖ୍ୟ ଡାନିଏଲ ଲେ କହିଛନ୍ତି ଯେ ଅନ୍ୟ ଦେଶମାନଙ୍କ ପରି ଭାରତରେ ମଧ୍ୟ ମୁଦ୍ରାସ୍ଫୀତି ୨୦୨୨ ମସିହାରେ ୬.୮ ପ୍ରତିଶତରୁ ୨୦୨୩ ରେ ୫ ପ୍ରତିଶତକୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ୨୦୨୪ମସିହାରେ ଏହା ଆହୁରି୪ପ୍ରତିଶତକୁ ଖସିପାରେ। ସେ କହିଛନ୍ତି ଯେ ଏହା ଆଂଶିକ କେନ୍ଦ୍ରୀୟ ବ୍ୟାଙ୍କର ପଦକ୍ଷେପକୁ ପ୍ରତିଫଳିତ କରିଥାଏ।

ଆଇଏମ୍ଏଫ୍ ମଙ୍ଗଳବାର ‘ବିଶ୍ୱ ଅର୍ଥନୈତିକ ଦୃଷ୍ଟିକୋଣ’ ଉପରେ ଏକ ଅଦ୍ୟତନ ରିପୋର୍ଟ ପ୍ରକାଶ କରିଛି। ଏହି ଅନୁଯାୟୀ, ପ୍ରାୟ ୮୪% ଦେଶରେ ୨୦୨୨ ତୁଳନାରେ ୨୦୨୩ ରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଭିତ୍ତିକ ମୁଦ୍ରାସ୍ଫୀତି ହ୍ରାସ ପାଇବ।

ତେବେ ମୁଦ୍ରାସ୍ଫୀତି ହ୍ରାସ ହ୍ରାସ ପେଇବା ଦ୍ଵାର ଅନ୍ୟ ସବୁ ସାମଗ୍ରୀର ମୂଲ୍ୟ ମଧ୍ୟ ହ୍ରାସ ପାଇବ। ଯାହା ଫଳରେ ଗୃହିଣୀ ମାନେ ମଧ୍ୟ ଖୁସି ହେବେ । ଚଳିତ ବର୍ଷ ସବୁ ଅପେକ୍ଷା କରିରହିଛନ୍ତି । ଗତ କିଛି ମାସ ହେଲା ଘରୋଇ ରାସନ ହେଉ କିମ୍ବା ଏଲପିଜି ସିଲିଣ୍ଡର, ଏହା ବ୍ୟତୀତ ପେଟ୍ରୋଲ-ଡିଜେଲ ଏବଂ ସିଏନଜି ଗ୍ୟାସର ମୂଲ୍ୟ ବୃଦ୍ଧି ମାସ ପାଇଁ ବଜେଟକୁ ପ୍ରଭାବିତ କରିଛି। ମଧ୍ୟବିତ୍ତ ପରିବାରକୁ ନିଶ୍ଚିତ ଭାବେ ଆଶା କରିଛି ଏହି ଆସୁଥିବା ବଜେଟରେ ଗରିବ ଲୋକଙ୍କୁ ସିଧାସଳଖ କିଛି ଆରମ ଯୋଗାଇଦେବ।

 

Get real time updates directly on you device, subscribe now.