ଆଜିଠାରୁ ସଂସଦର ବଜେଟ୍ ଅଧିବେଶନ, ପୂର୍ବାହ୍ନ ୧୧ଟାରେ ମିିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣରୁ ବଜେଟ୍ ଅଧିବେଶନ ଆରମ୍ଭ ହେବା ଏହା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଭୟ ଗୃହରେ ଆର୍ଥିକ ସର୍ବେକ୍ଷଣ ୨୦୨୫ ଉପସ୍ଥାପନ କରିବେ ।

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ । ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକସଭା ଏବଂ ରାଜ୍ୟସଭାର ମିିଳିତ ଅଧିବେଶନକୁ ସମ୍ବୋଧିତ କରିବେ ।

ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ର ଆର୍ଥିକ ସର୍ବେକ୍ଷଣ ପ୍ରସ୍ତୁତ କରିବେ ।

୧ ଫେବୃଆରୀରେ ମୋଦୀ ୩.୦ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ।

ଚଳିତ ବଜେଟ୍ ଅଧିବେଶନରେ ସରକାର WAQF ସଂଶୋଧନ ବିଲ୍ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିପାରନ୍ତି ।

ଅଧିବେଶନ ଅବଧୀ: ଜାନୁଆରୀ ୩୧ରୁ ଏପ୍ରିଲ ୪ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ବଜେଟ୍ ଅଧିବେଶନ ଅନୁଷ୍ଠିତ ହେବ ।

ଅଧିବେଶନର ପ୍ରଥମ ପର୍ଯ୍ୟାୟ ୩୧ ଫେବୃଆରୀରେ ଶେଷ ହେବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ୧୦ ମାର୍ଚ୍ଚରୁ ଆରମ୍ଭ ହୋଇ ୪ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ ।

ସର୍ବଦଳୀୟ ବୈଠକ: ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଗୁରୁବାର ବଜେଟ ଅଧିବେଶନ ସମ୍ପର୍କରେ ଏକ ସର୍ବଦଳୀୟ ବୈଠକ ଡାକିଥିଲେ।

ବୈଠକରେ ସମସ୍ତ ଦଳକୁ ସଂସଦର କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବାରେ ସହଯୋଗ କରିବାକୁ ଅପିଲ୍ କରିଥିଲେ । କିନ୍ତୁ ବିରୋଧୀ ଦଳଗୁଡ଼ିକ ଏଥିରେ ସେମାନଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ କରିଥିଲେ।

ମହାକୁମ୍ଭରେ ଘଟିଥିବା ଦୁର୍ଘଟଣା ପ୍ରସଙ୍ଗରେ ସମାଜବାଦୀ ପାର୍ଟି ଗୃହରେ ଆଲୋଚନା ସହ ଘଟଣାର ସ୍ୱଚ୍ଛ ତଦନ୍ତ ମଧ୍ୟ ଦାବି କରିଥିଲା।