ଆଜି ବିଧାନସଭାରେ ଆଗତ ହେବ ବଜେଟ୍

ଭୁବନେଶ୍ୱର, ୨୨ା୨ (ଓଡିଶା ଭାସ୍କର): ଆଜି ବିଧାନସଭାରେ ୨୦୨୧-୨୨ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପିତ ହେବ । ପୂର୍ବରୁ ୧.୭୦ ଲକ୍ଷ କୋଟିର ବଜେଟକୁ ରାଜ୍ୟ ମନ୍ତ୍ରୀ ପରିଷଦ ମଞ୍ଜୁରୀ ପ୍ରଦାନ କରିଥିଲା । ଅପରାହ୍ଣରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ।

ସୂଚନାଯୋଗ୍ୟ ଯେ, ଗତବର୍ଷର ବଜେଟ ଠାରୁ ଚଳିତ ବର୍ଷର ବଜେଟ ୧୩ ପ୍ରତିଶତ ଅଧିକ ରହିଛି । କରୋନା ପ୍ରଭାବରେ ବହୁ ଲୋକ ବେକାର ହୋଇ ଘରେ ବସି ରହିଛନ୍ତି । ତେଣୁ ସରକାର ବଜେଟରେ ସେମାନଙ୍କ ପାଇଁ କିଛି ବ୍ୟବସ୍ଥା କରିପାରନ୍ତି ବୋଲି ଆଶା କରାଯାଉଛି । ଏହା ବ୍ୟତୀତ ସ୍ୱାସ୍ଥ୍ୟ, ଶିଳ୍ପ, ନିଯୁକ୍ତି, ଭିତ୍ତିଭୂମି ଉପରେ ବଜେଟରେ ଗୁରୁତ୍ୱାରୋପ କରାଯିବାର ସମ୍ଭାବନା ରହିଛି । ଅର୍ଥନୀତିକୁ ପୂର୍ବସ୍ଥିତିକୁ ଫେରାଇ ଆଣିବା ପାଇଁ ଏକ ବୃହତ ଓ ଜନାଭିମୁଖୀ ବଜେଟକୁ ରାଜ୍ୟବାସୀ ଅପେକ୍ଷା କରି ରହିଛନ୍ତି ।