fbpx

ଶନି ପୂର୍ବରୁ ବୁଧଙ୍କ ଗୋଚର, ଏହି ରାଶିର ଲୋକେ ହାତେ ମାପି ଚାଖଣ୍ଡେ ଚାଲନ୍ତୁ

Advertisement

ଓଡ଼ିଶା ଭାସ୍କର: ଜ୍ୟେତିଷ ଶାସ୍ତ୍ରରେ ବୁଧଙ୍କୁ ଶୁଭ ଗ୍ରହ ବୋଲି ବିଶ୍ୱାସ କରାଯାଏ । ବୁଧ ଗ୍ରହ ବୃଦ୍ଧି, ଧନ, ବ୍ୟାପାର, ସମ୍ବାଦ, ବାଣୀ ଏବଂ କ୍ୟାରିୟରର କାରକ ଅଟନ୍ତି । ୨୯ ଜୁନ ୨୦୨୪ ର ରାତି ୧୧ଟା ୪୦ ମିନିଟରେ କୁମ୍ଭ ରାଶିରେ ଶନିଦେବ ପ୍ରବେଶ କରିବାକୁ ଯାଉଛନ୍ତି ।

ତେବେ ଶନି ବକ୍ରି ହେବା ପୂର୍ବରୁ ବୁଧ ମହାରାଜା ୨୯ ଜୁନ ମଧ୍ୟାହ୍ନ ୧୨ଟା ୧୩ ମିନିଟରେ କର୍କଟ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଶନି ଏବଂ ବୁଧଙ୍କ ପ୍ରଭାବ କିଛି ରାଶିମାନଙ୍କ ଉପରେ ଭାରି ପଡିବାକୁ ଯାଉଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ରାଶିମାନଙ୍କୁ ବୁଧ ଗୋଚରରେ ସାବଧାନ ରହିବାକୁ ପଡିବ ।

ବୃଷ ରାଶି: ବୃଷ ରାଶିର ଲୋକଙ୍କ ପାଇଁ ବୁଧ ଆପଣଙ୍କ ଦ୍ୱିତୀୟ ଏବଂ ପଞ୍ଚମ ଭାବର ସ୍ୱାମୀ । ବୃଷ ରାଶିର କୁଣ୍ଡଳୀରେ ବୁଧ ମହାରାଜ ଆପଣଙ୍କ ଦ୍ୱିତୀୟ ଏବଂ ପଞ୍ଚମ ଭାଗର ସ୍ୱାମୀ ଅଟନ୍ତି । ତେଣୁ ବୁଧ ଗୋଚରରେ ବୃଷ ରାଶି କ୍ୟାରିୟରରେ ଅନେକ ସମସ୍ୟା ଦେଖାଦେଇପାରେ ।

ଚାକିରିର ସୁବର୍ଣ୍ଣ ସୁଯୋଗକୁ ଆପଣ ହାତଛଡା କରିପାରନ୍ତି । ଅଫିସରେ ଆପଣଙ୍କୁ ସହକର୍ମୀମାନଙ୍କ ସଙ୍ଗେ ସମସ୍ୟାମାନ ମଧ୍ୟ ସାମ୍ନା କରିବାକୁ ପଡିପାରେ । ଯେଉଁ ଲୋକମାନେ ବାଣିଜ୍ୟ କରୁଛନ୍ତି ସେମାନଙ୍କୁ କ୍ଷତି ସହିବାକୁ ପଡିବ । ବିଜନେସ ପାର୍ଟନରଙ୍କ ସହ ବାଦ-ବିବାଦ ମଧ୍ୟ ହୋଇପାରେ । ତେଣୁ ସତର୍କତା ଅବଲମ୍ବନ କରନ୍ତୁ ।

କର୍କଟ ରାଶି: ବୁଧ ରାଶି ପରିବର୍ତ୍ତନ ଆପଣଙ୍କ କ୍ୟାରିୟର ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପାରେ । ଏଥିରେ ଆପଣଙ୍କୁ କାମ କରିବାରେ ବହୁତ ଆସୁବିଧା ଭୋଗିବାକୁ ପଡିପାରେ । ବ୍ୟାପାର ବାଣିଜ୍ୟରେ କ୍ଷତି ସହିବାକୁ ପଡିପାରେ । ଏଥିସହ ଆପଣଙ୍କ ଖର୍ଚ୍ଚ ମଧ୍ୟ ବଢିପାରେ । ଏହି ଗୋଚର ଆପଣଙ୍କ ପ୍ରେମ ଜୀବନ ପାଇଁ କଷ୍ଟକର ରହିବ । ପାର୍ଟନରଙ୍କ ସଙ୍ଗେ ଆପଣଙ୍କର ଝଗଡ଼ା ଲାଗିପାରେ ।

ସିଂହ ରାଶି: ଏହି ରାଶିର ଲୋକଙ୍କ ପାଇଁ ସମସ୍ୟା ଆସିପାରେ । ସିଂହ ରାଶିର ଲୋକମାନଙ୍କ କ୍ୟାରିୟରରେ ହ୍ରାସ ଦେଖିବାକୁ ମିଳିପାରେ । ଦାୟିତ୍ୱର ବୋଝ ବଢିପାରେ । ଏହାକୁ ପୂରଣ କରିବା ପାଇଁ ଅନେକ ଅର୍ଥ ଖର୍ଚ୍ଚ ହୋଇପାରେ । ସ୍ୱାସ୍ଥ୍ୟ ପାଇଁ ଏହି ସମୟ ବହୁତ ଖରାପ ରହିବ । ଏହି ଗୋଚର ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବ ।

Get real time updates directly on you device, subscribe now.