ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ପାଇଁ ଅତ୍ୟନ୍ତ ବିଶେଷ, ଚାକିରି-ବ୍ୟବସାୟରେ ହେବ ପ୍ରବଳ ଲାଭ

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ଗ୍ରହର ରାଜକୁମାର ବୋଲି କୁହାଯାଏ । ବୁଦ୍ଧି ଓ ବାଣୀର ପ୍ରତୀକ ବୁଧ ଗ୍ରହ ରାଶି ବା ନକ୍ଷତ୍ର ପରିବର୍ତ୍ତନ ହେଲେ ସମସ୍ତ ୧୨ଟି ରାଶି ଉପରେ ପ୍ରଭାବ ପକାଇଥାଏ।

ଜ୍ୟୋତିଷ ଗଣନା ଅନୁଯାୟୀ, ବୁଧ ବର୍ତ୍ତମାନ କୁମ୍ଭ ରାଶିରେ ଅଛନ୍ତି ଏବଂ ଫେବୃଆରୀ ୭ ରେ ଧନିଷ୍ଠା ନକ୍ଷତ୍ରରେ ପ୍ରବେଶ କରିବେ । ଫେବ୍ରୁଆରି ୧୫ ତାରିଖ ପର୍ଯ୍ୟନ୍ତ ଏହି ସ୍ଥିତିରେ ରହିବେ।

ଏହି ପରିପ୍ରେକ୍ଷୀରେ ବୁଧ ନକ୍ଷତ୍ରର ଏହି ପରିବର୍ତ୍ତନ କେତେକ ରାଶିକୁ ବିଶେଷ ଫାଇଦା ଦେବ। ଆସନ୍ତୁ ଜାଣିବା ସେହି ଶୁଭ ସଙ୍କେତ ବିଷୟରେ ।

ମେଷ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନିଷ୍ଠ ନକ୍ଷତ୍ରରେ ବୁଧଙ୍କ ପ୍ରବେଶ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ ଓ ଲାଭଦାୟକ ହୋଇଥାଏ। ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ସମୟରେ ବ୍ୟବସାୟରେ ଆର୍ଥିକ ସମ୍ପ୍ରସାରଣ ହେବ।

ଏହାବ୍ୟତୀତ ଏହି ସମୟରେ ବାଣିଜ୍ୟରେ ପ୍ରଚୁର ଲାଭ ହେବ। ପାରିବାରିକ ଜୀବନ ସୁଖମୟ ରହିବ। ପରିବାରରେ ଭାଇଭଉଣୀଙ୍କ ସହଯୋଗ ପାଇବେ। ଚାକିରି କରୁଥିବା ବ୍ୟକ୍ତିପଦୋନ୍ନତି ପାଇପାରନ୍ତି।

ମିଥୁନ: ଏହି ରାଶିରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିମାନେ ବୁଧଙ୍କ ଗୋଚର ସମୟରେ ଭାଗ୍ୟର ପୂର୍ଣ୍ଣ ସହଯୋଗ ପାଇବେ। ସେମାନେ ନିଜ ବୃତ୍ତିଗତ କ୍ଷେତ୍ରରେ ସୃଜନଶୀଳ କାର୍ଯ୍ୟ ମାଧ୍ୟମରେ ନିଜ ଉପରିସ୍ଥ ଅଧିକାରୀଙ୍କ ହୃଦୟ ଜିତିପାରିବେ।

ବ୍ୟବସାୟ ସମ୍ପ୍ରସାରଣ ସହିତ ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ। ମାନସିକ ଚାପରୁ ମୁକ୍ତି ପାଇବେ। ସେମାନେ ନିଜ କ୍ୟାରିୟରରେ ଏକ ନୂଆ ମାଇଲଖୁଣ୍ଟ ହାସଲ କରିପାରିବେ।

ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ପିତାମାତାଙ୍କ ଠାରୁ ସହଯୋଗ ପାଇବେ। ସେମାନଙ୍କ ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ।

ମକର: ମକର ରାଶିରେ ଥିବା ଲୋକଙ୍କ ପାଇଁ ବୁଧଙ୍କ ଗ୍ରହ ପରିବର୍ତ୍ତନ ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ । ବୁଧଙ୍କ ପରିବର୍ତ୍ତନ ସମୟରେ ବେରୋଜଗାର ବ୍ୟକ୍ତିଙ୍କୁ ଭଲ ଚାକିରି ଅଫର ମିଳିପାରେ ।

କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିପାରିବେ। ବ୍ୟବସାୟରେ ଲାଭ ମିଳିବ। ସେମାନେ ଏକ ନୂତନ ଉଦ୍ୟୋଗ ଉପରେ ମଧ୍ୟ ବିଚାର କରିପାରନ୍ତି । ଚାକିରି କରୁଥିବା ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ।

ଋଣ ସମସ୍ୟାରୁ ମୁକ୍ତି ପାଇପାରନ୍ତି। ବ୍ୟବସାୟୀମାନେ ନିବେଶ ଉପରେ ଭଲ ରିଟର୍ଣ୍ଣ ଆଶା କରିପାରନ୍ତି । ଦାମ୍ପତ୍ୟ ଜୀବନ ଭଲ ରହିବ।