fbpx
BJD
BJD SKY
BJD SKY

ଅକ୍ଟୋବର ୧ରୁ ବୁଦ୍ଧାଦିତ୍ୟ ଯୋଗ: ଏହି ସବୁ ରାଶିର ଲୋକଙ୍କର ଆରମ୍ଭ ହେବ ଭଲ ଦିନ

BJD

ଓଡ଼ିଶା ଭାସ୍କର: ୧ ଅକ୍ଟୋବରରୁ ହେବାକୁ ଯାଉଛି ବୁଦ୍ଧାଦିତ୍ୟ ଯୋଗ, ଏହି ରାଶିର ଲୋକଙ୍କର ଆରମ୍ଭ ହେବ ଭଲ ଦିନ । ଅକ୍ଟୋବର ଏକ ତାରିଖରେ ଗୋଚର କରିବାକୁ ଯାଉଛନ୍ତି ବୁଧ ଗ୍ରହ । କନ୍ୟା ରାଶିକୁ ଗୋଚର କରିବେ ବୁଧ ଦେବ, ଅଗରୁ କନ୍ୟା ରାଶିରେ ଅଛନ୍ତି ରବି ଗ୍ରହ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କନ୍ୟା ରଶିର ଅଧିପତି ସ୍ୱୟଂ ନିଜେ ବୁଧ ଦେବ । ଯେହେତୁ ପୂର୍ବରୁ କନ୍ୟା ରାଶିରେ ରବି ଗ୍ରହ ଅଛନ୍ତି, ଏବେ ବୁଧଙ୍କ ଗୋଚରରୁ ସୃଷ୍ଟିହେବ ବୁଦ୍ଧାଦିତ୍ୟ ଯୋଗ । ଏହି ଯୋଗ ୧୫ ଦିନ ଧରି ରହିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଦ୍ଧାଦିତ୍ୟ ରାଜଯୋଗକୁ ବହୁତ ଶୁଭ ବୋଲି ବିଚାରକୁ ନିଆ ଯାଇ ଥାଏ । ବୁଦ୍ଧାଦିତ୍ୟ ଯୋଗ ପ୍ରାୟତଃ ସବୁ ରାଶିରେ ପ୍ରଭାବ ପକାଇ ଥାଏ ।
ଜାଣନ୍ତୁ ବୁଦ୍ଧାଦିତ୍ୟ ଯୋଗ ଯୋଗୁ କେଉଁ କେଉଁ ରାଶି ମାନଙ୍କର ହେବ ଭାଗ୍ୟ ଉଦୟ ।
ବୃଷ- ବୁଦ୍ଧାଦିତ୍ୟ ଯୋଗ କାରଣରୁ ବୃଷ ରାଶି ଲୋକଙ୍କ ଚାକିରୀ କ୍ଷେତ୍ରରେ ବହୁତ ଉନ୍ନତି ଆଣିବ । ବ୍ୟବସାୟୀ ମାନେ ଲାଭବାନ ହେବେ । ପାରିବାରିକ ସମସ୍ୟା ଦୂର ହେବ, ଦମ୍ପତିଙ୍କ ମଧ୍ୟରେ ବୁଝାବଣା ବଢିବ । ନୂଆ କାର୍ଯ୍ୟ ପାଇଁ ମନୋଭାବ ବଢିବ । ବନ୍ଧୁମାନଙ୍କ ସହ ମିଳନ ହେବ । ସୁଖ ସମୃଦ୍ଧରେ ଘର ପୁରି ଉଠିବ ।

ସିଂହ- ବୁଦ୍ଧାଦିତ୍ୟ ଯୋଗ କାରଣରୁ ସିଂହ ରାଶି ଲୋକଙ୍କ ଚାକିରି କ୍ଷେତ୍ରରେ ବିଦେଶ ଯିବାର ସଂଜୋଗ ରହୁଛି । ଯାହା ଦ୍ୱାରା ଅପଣ ଲାଭବାନ ହେବେ । ସ୍ୱାସ୍ଥ୍ୟ ଭଲ ରହିବ ।

କର୍କଟ- ବୁଦ୍ଧାଦିତ୍ୟ ଯୋଗ କାରଣରୁ କର୍କଟ ରାଶି ଲୋକଙ୍କ ଭାଗ୍ୟଫଳ ମିଳିବ । ସେୟାର ମାର୍କେଟ୍ ରେ ଯେଉଁ ମାନେ ନିବେଶ କରୁଛନ୍ତି, ସେମାନଙ୍କ କ୍ଷେତ୍ରରେ ଲାଭ ହେବ । ପୈତୃକ ସମ୍ପତିରୁ ଧନ ପ୍ରାପ୍ତିର ଯୋଗ ରହିଛି ।

Get real time updates directly on you device, subscribe now.