ଓଡ଼ିଶା ଭାସ୍କର: ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଉତ୍ସବ-ମହୋତ୍ସବ ଅନୁଷ୍ଠିତ ହେଉଛି । ହସଖୁସିର ମାହୋଲରେ ଝୁମି ଉଠୁଛି ସାରା ମହୋତ୍ସବ ପଡ଼ିଆ । କିନ୍ତୁ ଏହି ଖୁସିର ଆସର ଭିତରେ ଅଚାନକ ଖେଳିଯାଇଛି ଆତଙ୍କ । ପ୍ରଦର୍ଶନୀ ମଝିରେ ବଶି ଉତ୍ପାତ କରିଛି ଏକ ମଇଁଷି । ପର୍ଯ୍ୟଟକ ମହୋତ୍ସବର ଆନନ୍ଦ ନେଉଥିବା ବେଳେ ଆତଙ୍କ ସୃଷ୍ଟି କରିଛି ଏହି ମଇଁଷି । ପ୍ରଦର୍ଶନୀରେ ବୁଲୁଥିବା ଲୋକଙ୍କ ଉପରେ ଆକ୍ରମଣ କରି ୫ ଜଣରୁ ଅଧିକ ଲୋକଙ୍କୁ ଘାଇଲା କରିଛି । ଏକାଧିକ ଲୋକଙ୍କୁ ଉଠାଇ କଚାଡ଼ି ଦେଇଥିବା ବେଳେ ସମସ୍ତଙ୍କ ମନରେ ଭୟ ଖେଳିଯାଇଛି ।
ମଇଁଷି ଆକ୍ରମଣରେ ୫ ଜଣରୁ ଅଧିକ ଗୁରୁତର ହୋଇଛନ୍ତି । ଗୋଡ଼ାଇ ଗୋଡ଼ାଇ ସମସ୍ତଙ୍କୁ ମାରିଲା ମଇଁଷି । ପ୍ରଦର୍ଶନିକୁ ଆସିଥିବା ମଇଁଷି କାହାକୁ ଛାଡ଼ି ନାହିଁ । ଲୋକ ମାନେ ପ୍ରଦର୍ଶନିରେ ଦେଖୁଥିବା ବେଳେ ହଠାତ ମଇଁଷିର ମୁଣ୍ଡ କାମ କରି ନଥିଲା । ଲୋକଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଏକା ସାଙ୍ଗରେ ଏତେ ଲୋକଙ୍କୁ ଦେଖି ଚିଡ଼ି ଯାଇଥିଲା । ଯାହାପରେ ଗୋଡ଼ାଇ ଗୋଡ଼ାଇ ମାରିଛି । ମେଳା ଉଦଘାଟନ ପୂର୍ବରୁ ଏମିତି କିଛି ଘଟିଛି । ଖୋର୍ଦ୍ଧାର ହାବେଳି ପଡ଼ିଆ ନିକଟରେ ଆୟୋଜିତ ହୋଇଥିଲା ଜିଲ୍ଲା ସ୍ଥରୀୟ ମତ୍ସ୍ୟ ଏବଂ ପ୍ରାଣି ସମ୍ପଦ ମେଳା ।
ଏହି ମେଳାକୁ ବିଭିନ୍ନ ଅଞ୍ଚଳରୁ ଆସିଥିବା ଚାଷୀ ସେମାନଙ୍କର ପ୍ରାଣି ପ୍ରଦର୍ଶନ କରିବାକୁ ଆସିଥିଲେ । ତେବେ ମେଳା ଉଦଘାଟନର କିଛି ସମୟ ପୂର୍ବରୁ ଜଣେ ଚାଷିଙ୍କର ମଇଁଷି ପଘାରୁ ଖୋଲି ଯାଇ ଲୋକଙ୍କୁ ଆକ୍ରମଣ କରିବାକୁ ଲାଗିଥିଲା । ନିଜ ମାଲିକର କଥା ମଧ୍ୟ ଶୁଣିଲା ନାହିଁ । ମାଲିକ ଅଟକାଇବାରୁ ତାକୁ ମଧ୍ୟ ମାରିବାକୁ ଗୋଡ଼ାଇଲା । ଗୋଡ଼ାଇ ଗୋଡ଼ାଇ ସମସ୍ତଙ୍କୁ ସିଂଘରେ କଚାଡ଼ିଥିଲା । ପଘାକୁ ଛଡ଼ାଇ ରଚିଥିଲା ତାଣ୍ଡବ । ଚାଷୀ ମାନେ ସମ୍ଭାଳିବା ବହୁତ ମୁସକିଲ ହୋଇପଡ଼ିଥିଲା । ଆକ୍ରମଣ କରିବା ବେଳେ ବାଇକ କାର ଷ୍ଟଲ ସବୁ ଭାଙ୍ଗିପକାଇଲା । ବହୁ ସମୟରେ ପଣେ ମଇଁଷିକୁ କାବୁ କରି ପଡ଼ିଆ ବାହାରକୁ ନିଆଯାଇଥିଲା ।