fbpx

ରାଜଧାନୀରେ ଭୁଶୁଡିଲା୨ ମହଲା କୋଠା; ଜଣେ ମୃତ, ୩ ଗୁରୁତର

Advertisement

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଶନିବାର ତିନି ମହଲା ବିଶିଷ୍ଟ ଏକ କୋଠା ଭୁଶୁଡି ପଡିଛି । ଶନିବାର ସାଢେ ଗୋଟାଏ ନନ୍ଦନଗରୀ ଅଞ୍ଚଳରେ ଏକ ଦୁଇ ମହଲା କୋଠା ଅଚାନକ ଭୁଶୁଡି ପଡିଥିଲା । ତେବେ ଅନେକ ଲୋକ କୋଠା ତଳେ ଦବି ରହିଥିବା ଆଶଙ୍କା କରାଯାଉଛି ।

ସୂଚନା ପାଇ ପୋଲିସ ଓ ଦମକଳ ବିଭାଗ ଉଦ୍ଧାରକାରୀ ଦଳ ପହଞ୍ଚି କୋଠା ତଳୁ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ୪ ଜଣଙ୍କୁ ଘର ମାଟି ତଳୁ ଉଦ୍ଧାର କରାଯାଇଛି । ଜଣେ ୬୦ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଉଦ୍ଧାର କାର୍ଯ୍ୟରେ ୬ଟି ଦମକଳ ନିୟୋଜିତ କରାଯାଇଛି । ସ୍ଥାନୀୟ ଲୋକଙ୍କ ମୁତାବିକ ବିଲ୍ଡିଂର ତଳ ମହଲାରେ ଅନେକ ଦୋକାନ ଘର ଥିଲା । ଏଣୁ ଘର ତଳେ ଆହୁରି ଲୋକେ ଦବି ରହିଥିବାର ଆଶଙ୍କା କରାଯାଉଛି । ସେମାନଙ୍କ ମଧ୍ୟରୁ ଜଣକୁ ସ୍ଥାନୀୟ ଲୋକେ ବାହାର କରିଦେଇଥିବା ବେଳେ ଅନ୍ୟ ୪ ଜଣକୁ ଦମକଳ ବିଭାଗର କର୍ମଚାରୀମାନେ ବାହାର କରିଛନ୍ତି ।

Get real time updates directly on you device, subscribe now.