ବେକରେ ପଡିଛି ଜୁଆଳି, ଗାଁ ଦାଣ୍ଡରେ ହଳ କରୁଛନ୍ତି ସ୍ୱାମୀ-ସ୍ତ୍ରୀ, ପୁଣି ଦେଖିବାକୁ ମିଳିଲା ବଳଦ ଦଣ୍ଡ
ସମ୍ପର୍କୀୟ ଭାଇ-ଭଉଣୀ ବିବାହ କରିବା ପଡ଼ିଲା ମହଙ୍ଗା।
କୋରାପୁଟ: ପୁଣି ଗାଁ ଦାଣ୍ଡରେ ବଳଦ ସାଜିଲେ ଯୁବକ ଯୁବତୀ। ବିବାହ କରିବା ପଡ଼ିଲା ମହଙ୍ଗା। ଯୁବକ-ଯୁବତୀ ଭୋଗିଲେ ବଳଦ ଦଣ୍ଡ। ସମ୍ପର୍କୀୟ ଭାଇ-ଭଉଣୀ ବାହା ହେଲେ ବୋଲି ଶୁଦ୍ଧି ନାଁରେ ଗ୍ରାମବାସୀ ଦେଲେ ଶାସ୍ତି।
ପୂର୍ବରୁ ମଧ୍ୟ କୋରାପୁଟରୁ ଏପରି ଘଟଣା ସାମ୍ନାକୁ ଆସିଥିଲା। ପୁଣି ଥରେ ସେହି କୋରାପୁଟର ବନ୍ଧୁଗାଁ ବ୍ଲକ ଚିଡିଓ୍ୱାଲସା ଗାଁରେ ଏପରି ଅଭାବନୀୟ ଘଠଣା ଦେଖିବାକୁ ମିଳିଛି।
ସମ୍ପର୍କୀୟ ଭାଇ-ଭଉଣୀ ବିବାହ କଲେ ବୋଲି ରାଗିଗଲେ କଗାଁ ଲୋକ। ଆଉ ସେମାନଙ୍କୁ ଶାସ୍ତି ଦେବା ନାଁରେ ସେମାନଙ୍କ କାନ୍ଧରେ ଜୁଆଳି ପକାଇ ଗାଁ ଦାଣ୍ଡରେ ହଳ କରାଇଲେ।