ବୁଲଡୋଜର ଆକ୍ସନ ଏକ ବଡ଼ ଅପରାଧ… ସୁପ୍ରିମକୋର୍ଟଙ୍କ ବଡ଼ ଶୁଣାଣି

ନୂଆଦିଲ୍ଲୀ: ବୁଲଡୋଜର ଆକ୍ସନ ବର୍ତ୍ତମାନ ଦେଶରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି । ତେବେ ଏହି ବୁଲଡୋଜର ଆକ୍ସନକୁ ନେଇ ଏକ ବଡ଼ ଶୁଣାଣି କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଆଇନରେ ବୁଲଡୋଜର ବ୍ୟବସ୍ଥାକୁ ସ୍ୱୀକାର କରାଯିବ ନାହିଁ । ଏଭଳି କାର୍ଯ୍ୟ ଅନସ୍ୱୀକାର୍ଯ୍ୟ ବୋଲି କହିଛନ୍ତି ଅଦାଲତ । ପ୍ରଶାସନକୁ ଏଭଳି ଅନୁମତି ଦିଆଯାଇ ପାରିବ ନାହିଁ । ଏ ନିଷ୍ପତ୍ତି ଅଦାଲତରେ ଜଣେ ବିଚାରପତି ହିଁ ନେଇପାରିବେ । କିନ୍ତୁ ପ୍ରଶାସନ ଜଣେ ଜଜ୍ ନୁହେଁ କିମ୍ବା ଏଭଳି ନିଷ୍ପତ୍ତି ନେବାକୁ ତାଙ୍କର କୌଣସି ଅଧିକାର ନାହିଁ ।

ଜଣେ ଅପରାଧୀ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ଘର ଉପରେ ବୁଲ୍ ଡୋଜର ଚଢାଇବା ଏକ ଅପରାଧ । କାରଣ ଯେକୌଣସି ଅପରାଧୀଙ୍କୁ ଦଣ୍ଡ ଦେବାର ଅଧିକାର କେବଳ ଅଦାଲତ ଏବଂ ବିଚାରପତିଙ୍କ ହାତରେ ରହିଛି । କେବଳ କୋର୍ଟ ହିଁ ଅପରାଧୀଙ୍କୁ ସେମାନଙ୍କ ଭୁଲର ଦଣ୍ଡ ଦେଇପାରିବେ । କୌଣସି ବ୍ୟକ୍ତି ପାଇଁ ମୁଣ୍ଡ ଉପରେ ଛାତ ଜୀବନ ବଞ୍ଚିବାର ଏକ ମାଧ୍ୟମ ହୋଇଥାଏ । ତେଣୁ ଅଦାଲତଙ୍କ ଅନୁମତି ବିନା କୌଣସି ବ୍ୟକ୍ତିର ଏହି ମାଧ୍ୟମରୁ ବଞ୍ଚିତ କରିବା ଏକ ଅପରାଧ ବୋଲି କୁହାଯାଇପାରେ । ଏ ନେଇ ସୁପ୍ରିମ ଅଦାଲତ ଏକ ବଡ଼ ଶୁଣାଣି କରିଛନ୍ତି ।