fbpx

ଭାରତୀୟ ସେନାରେ ଅନେକ ପଦବୀ ପାଇଁ ବମ୍ପର ନିଯୁକ୍ତି: AFMS ପକ୍ଷରୁ ବିଜ୍ଞପ୍ତି ଜାରି, ଏପରି କରନ୍ତୁ ଆବେଦନ

ଭାରତୀୟ ସେନାରେ ଚାକିରି କରିବା ଅନେକ ଯୁବକଙ୍କ ସ୍ୱପ୍ନ ଥାଏ। ଏଥିରେ ଅଧିକାରୀ ହେବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଭଲ ସୁଯୋଗ ଆସିଛି। ସଶସ୍ତ୍ର ବାହିନୀ ମେଡିକାଲ ସର୍ଭିସେସ୍ (AFMS) ଅଧୀନରେ ଏହି ପଦବୀ ପୂରଣ ହେବ। ଏନେଇ AFMS ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଏହି ଚାକିରି କରିବାକୁ ଚାହାନ୍ତି ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଏହି ନିଯୁକ୍ତି ମାଧ୍ୟମରେ ସର୍ଟ ସର୍ଭିସ କମିଶନ ମେଡିକାଲ ଅଫିସର (SSC-MO) ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। MBBS କରିଥିବା ପିଲା ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୪୦୦ରୁ ଅଧିକ ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୬ ଜୁଲାଇ ୨୦୨୪
ଅନ୍‌ଲାଇନ୍ ଆବେଦନ ଶେଷ – ୦୪ ଅଗଷ୍ଟ ୨୦୨୪
ଖାଲି ପଦବୀ:

ପୁରୁଷ – ୩୩୮ଟି ପୋଷ୍ଟ୍
ମହିଳା – ୧୧୨ଟି ପୋଷ୍ଟ୍
ମୋଟ୍ – ୪୫୦ ପୋଷ୍ଟ୍
ଶିକ୍ଷାଗତ ଯୋଗ୍ୟତା:

ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ MBBS ବା ପିଜି ଡିଗ୍ରୀ
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

MBBS ପାଇଁ ସର୍ବାଧିକ ବୟସ – ୩୦ ବର୍ଷ
ପିଜି ଡିଗ୍ରୀ ପାଇଁ ସର୍ବାଧିକ ବୟସ – ୩୫ ବର୍ଷ
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

ମାସିକ ଦରମା – ୮୫,୦୦୦ ଟଙ୍କା
ଆବେଦନ ଶୁଳ୍କ:
ସମସ୍ତ ବର୍ଗ – ୨୦୦ ଟଙ୍କା

ଚୟନ ପ୍ରକ୍ରିୟା:

ସାକ୍ଷାତକାର
ଡକ୍ୟୁମେଣ୍ଟ୍ ଯାଞ୍ଚ
ମେଡିକାଲ୍ ଟେଷ୍ଟ୍

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ AFMS ର ଅଫିସିଆଲ୍ ୱେବ୍‌ସାଇଟ୍‌ amcscentry.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Indian Army AFMS Recruitment apply for 450 Posts Notification ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Get real time updates directly on you device, subscribe now.