fbpx

ସିକ୍ୟୁରିଟି ସିଷ୍ଟମ ଉପରେ ଖପ୍ପା ହେଲେ ବୁମରାହ: ବୟାନରେ ଏମିତି କହି ଜାହିର କଲେ ଅସନ୍ତୋଷ

ନୂଆଦିଲ୍ଳୀ: ଭାରତ-ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଏକ ଘଟଣାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମରାହ । ଏହି ଦିନର ଖେଳ ଶେଷ ସମୟରେ ତିନି ଜଣ ଦର୍ଶକ ମଇଦାନ ଭିତରକୁ ପଶିବାରେ ସଫଳ ହୋଇଥିଲେ । କେବଳ ସେତିକି ନୁହେଁ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସହିତ ଫଟୋ ଉଠାଇବାରେ ମଧ୍ୟ ସଫଳ ହୋଇଥିଲେ ପ୍ରଶଂସକ । ଯାହାକୁ ନେଇ ଏବେ ସିକ୍ୟୁରିଯି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ଜଶପ୍ରୀତ ବୁମରାହ ।

Jasprit Bumrah Jumps 3 Places In ICC Test Rankings Check Test Bowlers  Rankings Full List

ଶ୍ରୀଲଙ୍କା ପାରିର ଷଷ୍ଠ ଓଭରରେ ଶାମୀଙ୍କ ବଲରେ ଆଘାତ ହୋଇଥିଲେ କୁସଲ ମେଣ୍ଡିସ । ପଡିଆରେ ତାଙ୍କୁ ଚିକିତ୍ସା କରାଯାଉଥିବାରୁ କିଛି ସମୟ ଖେଳରେ ବିରତୀ ନିଆଯାଇଥିଲା । ଏହି ସମୟରେ ତିନି ଜଣ ଦର୍ଶକ ମଇଦାନ ଭିତରକୁ ପଶି ସ୍ଲିପରେ ଠିଆ ହୋଇଥିବା ବିରାଟ କୋହଲିଙ୍କ ସହ ଫଟୋ ଉଠାଇଥିଲେ । ଏହାକୁ ନେଇ ବୁମରାହ କହିଛନ୍ତି ଯେ, ଏହା ଉପରେ ଆମେ ନିୟନ୍ତ୍ରଣ କରିପାରିବୁ ନାହିଁ । ତେବେ ଏହିଭଳିଘଟଣା ଗୁଡିକ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରିଛନ୍ତି ବୁମରାହ । ଫ୍ୟାନ୍ସମାନେ ଅନେକ ସମୟରେ ଇମୋସନାଲ ହୋଇ ଯାଆନ୍ତି ତେଣୁ ଏପରି କାଣ୍ଡ କରିଥାନ୍ତି । ତେବେ କେବଳ ଏହି ଘଟଣା ନୁହେଁ, ମୋହାଲୀ ଟେଷ୍ଟରେ ମଧ୍ୟ ଜଣେ ପ୍ରଶଂସକ ପଡିଆ ଭିତରକୁ ପଶିବାରେ ସକ୍ଷମ ହୋଇଥିଲେ ।

Get real time updates directly on you device, subscribe now.