fbpx

୨ ବସ୍ ମୁହାଁମୁହିଁ: ୧ ମୃତ, ୧୦ ଜଣ ଆହତ

ଆସିକା: ଦୁଇ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହେବା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ଜଣ ଯାତ୍ରବୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ବସ୍ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ଢ଼ଉଗାଁ ଛକ ହିନ୍ଦୁସ୍ତାନ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ଦିଲଖୁସ୍ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆସିକା ଯାଉଥିବା ହ୍ୱାଇଟ ହର୍ସ ନାମକ ବସ୍ ସହ ଏହା ଧକ୍କା ହୋଇଛି ।

ଦୁର୍ଘଟଣା ଘଟିବା ପରେ ସଂଗେ ସଂଗେ ଆମ୍ବୁଲାନ୍ସକୁ ଡକାଯାଇ ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିସହ ଅନ୍ୟାନ୍ୟ ଯାତ୍ରୀଙ୍କୁ ବସରୁ ଉଦ୍ଧାର କରାଯାଉଛି । ପୋଲିସ ଘଟଣାର ତଦନ୍ତ ଚଳାଇଛି । ଆହତଙ୍କ ମଧ୍ୟରୁ ୫ ଜଣ ଗୁରୁତର ଥିବା ଜଣାପଡିଛି

Get real time updates directly on you device, subscribe now.