fbpx

ସିମିନଇ ନିକଟରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଗଲେ ୪୦ ଯାତ୍ରୀ

ଢେଙ୍କାନାଳ,(ଭାସ୍କର ନ୍ୟୁଜ୍‌ ): ଏନଏଚ୍‌ ୫୫ ର ଢେଙ୍କାନାଳ ସିମିନଇ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ରେ ଫସିଲା ଯାତ୍ରୀବାହୀ ବସ । ୪୦ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାରା ଅନୁଗୁଳରୁ ଢେଙ୍କାନାଳ ଆଡକୁ ଆସୁଥିବା ପଞ୍ଜଜନ୍ୟ ନାମକ ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ସମ୍ମୁଖୀନ ହୋଇଛି । ୫୫ ନଂ.ଜାତୀୟ ରାଜପଥର ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସିମିନଇ ନିକଟରେ ବସଟି ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍କୁ ଢଳେଇ ହୋଇ ରହିଥିବା ବେଳେ ଯାତ୍ରୀମାନେ ଫସି ରହିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀମାନେ ସୁରକ୍ଷିତ ଭାବେ ବସରୁ ଉଦ୍ଧାର ହୋଇଥିବା ଜଣାପଡିଛି । ଫଳରେ ବସରେ ଥିବା ସମସ୍ତ ୪୦ ଜଣ ଯାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସୂଚନା ମିଳିଛିା ପରେ କ୍ରେନ ମାଧ୍ୟମରେ ବସଟିକୁ ରାସ୍ତାକୁ ସିଧା କରାଯାଇଥିବାର ଜଣାପଡିଛି ।

Get real time updates directly on you device, subscribe now.