fbpx

ଆହତ ଯାତ୍ରୀଙ୍କୁ ନେଇଯାଉଥିବା ବସ୍ ମେଦିନାପୁର ଠାରେ ଦୁର୍ଘଟଣାଗ୍ରସ୍ତ

Advertisement

ମେଦିନାପୁର:ବାଲେଶ୍ୱରରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଭୟାନକ ଟ୍ରେନ୍ ଦୁର୍ଘଟଣାରେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ସ୍ଥଳରୁ ବହୁ ଆହତଙ୍କୁ ହସ୍ପିଟାଲ୍ ନିଆଯାଉଛି । ଏପରି ସ୍ଥିତିରେ ବାଲେଶ୍ୱରରୁ ଆହତମାନଙ୍କୁ ନେଇ ଯାଉଥବବା ଏକ ବସ୍ ପଶ୍ଚିମ ମେଦିନାପୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆହତ ଯାତ୍ରୀ ବାଲେଶ୍ୱରରୁ ବିଭିନ୍ନ ଜିଲ୍ଲାକୁ ଯାଉଥିଲେ । ଏହି ସମୟରେ ପଶ୍ମିମମେଦିନାପୁରରେ ବସ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ମେଦିନାପୁର ନିକଟ ନ୍ୟାସନାଲ୍ ହାଇୱେ ୬୦ ରେ ଏହି ବସ୍ ଦୁର୍ଘଟଣା ହୋଇଛି । ଏକ ପିକ୍ ଅପ୍ ଭ୍ୟାନ୍ ଓ ବସ୍ ସାମ୍ନାସାମ୍ନି ହେବା ଦ୍ୱାରା ବହୁ ଲୋକ ସାମାନ୍ୟ ଆହାତ ମଧ୍ୟ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ôଚ ଆହତଙ୍କୁ ଉଦ୍ଧାର କରି ଅଲଗା ଅଲଗା ଯାଗାକୁ ପଠାଇବାର ବ୍ୟବସ୍ଥା କରୁଛି ।

Get real time updates directly on you device, subscribe now.