Breaking: ଖାଇକୁ ଖସିପଡ଼ିଲା ବସ୍, ୫ ମୃତ ଏକାଧିକ ଆହତ

ଭାରସାମ୍ୟ ହରାଇ ଖାଇକୁ ଖସି ପଡ଼ିଲା ବସ୍। ଚାପି ହୋଇ ଚାଲିଗଲା ୫ ଯାତ୍ରୀଙ୍କ ଜୀବନ। ଏକାଧିକ ଯାତ୍ରୀଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି।

ଗୁଜରାଟ: ପୁଣି ସକାଳୁ ସକାଳୁ ଦୁର୍ଘଟଣା। ଖାଇକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍। ଭରା ଯାତ୍ରୀ ନେଇ ଯାଉଥିବା ବେଳେ ଓଲଟି ପଡ଼ିଲା ବସ୍। ଫଳରେ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ସୂଚନା।

ତେବେ ଦୁର୍ଘଟଣା ଘଟିଛି ଗୁଜରାଟର ଦାଙ୍ଗ ଜିଲ୍ଲା ସପୁତରା ନିକଟରେ। ପାଖାପାଖି ୪୮ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ, ବସଟି ଭାରସାମ୍ୟ ହରାଇ ବସିଥିଲା। ଫଳରେ ଖାଇ ତଳକୁ ଓଲଟି ପଡ଼ିଥିଲା।

ଖାଇକୁ ଖସି ପଡ଼ିବା ଫଳରେ ୫ ଜଣ ଯାତ୍ରୀଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଏକାଧିକ ଯାତ୍ରୀ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୁହାଯାଉଛି।