fbpx

ସାଧାରଣ ଲୋକଙ୍କ ପାଇଁ ଖୁସିଖବର: କମିଲା ବସ୍ ଭଡ଼ା, ଜାଣନ୍ତୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତେଲ ଦରକୁ ନେଇ ଚିନ୍ତା ଟିକେ କମିଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ଆସିଛି ଆଉ ଏକ ଆଶ୍ୱସ୍ତିକର ଖବର । ତେଲ ଦର କମିବାରୁ ରାଜ୍ୟରେ ବସ୍ ଭଡ଼ା ମଧ୍ୟ କମିଛି । ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍ କିମି ପିଛା ୫ ପଇସା ହ୍ରାସ ପାଇଛି । ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା କିମି ପିଛା ୧୦ ପଇସା ହ୍ରାସ ପାଇଛି । ଅର୍ଡିନାରୀ ବସ୍ କିମି ୯୨ ପଇସାରୁ ହ୍ରାସ ପାଇ ୮୭ ପଇସା ହୋଇଛି । ଏକ୍ସପ୍ରେସ ୯୬ରୁ କମି ୯୧ ପଇସା ହୋଇଥିବା ବେଳେ ଡିଲକ୍ସ ୧.୩୫ରୁ କମି ୧.୨୫ ଟଙ୍କା ହୋଇଛି ।

ସେହିପରି ଏସି ଡିଲକ୍ସ ୧.୬୩ରୁ ୧.୫୩ ଟଙ୍କା ଓ ସୁପର ପ୍ରିମିୟମ ୨.୫୩ରୁ ୨.୩୮ ଟଙ୍କାକୁ ହ୍ରାସ ପାଇଛି । ପେଟ୍ରୋଲ ଡିଜେଲ ଦର ହ୍ରାସ ପାଇବା ପରେ ହିଁ ବସ୍ ଭଡ଼ା କମିଛି । ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.