fbpx
BSKY
BJD YOUTH SKY
BJD MS SKY

ଶ୍ରମିକଙ୍କୁ ନେଇ ଗଲାବେଳେ ଓଲଟିପଡିଲା ବସ୍

ମାଲକାନଗିରି, ୪ ।୧୦(ଓଡିଶା ଭାସ୍କର) : କରୋନା ସଙ୍କଟ ମଧ୍ୟରେ ଶ୍ରମିକମାନେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାରି ମଧ୍ୟରେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍ ମାଲକାନିଗିରିର ଜାତୀୟ ରାଜପଥ ୩୨୬ ଚମ୍ପାଖାରି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ନିୟନ୍ତ୍ରଣ ହରାଇ ବସଟି ଓଲଟି ପଡିବାରୁ ସେଥିରେ ଥିବା ଶ୍ରମିକମାନେ ଆହତ ହୋଇଛନ୍ତି । ୭ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ତେବେ ବସଟି ୨୭ ଜଣ ଶ୍ରମିକଙ୍କୁ ନେଇ ସୋନପୁରରୁ ତାମିଲନାଡୁ ତ୍ରିଚୁର ଜିଲ୍ଲାକୁ ଅଭିମୁଖେ ଯାତ୍ରା କରୁଥିବା ବେଳେ ଘଟିଥିଲା ଏହି ଅଘଟଣ । ଶ୍ରମିକମାନେ ତାମିଲନାଡୁରେ ଏକ ସୂତା କଳରେ କାମ କରିବାକୁ ଯାଉଥିଲେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.