fbpx

Video: ବସ ମାଡ଼ିଗଲା ପରେ ବି ମଲେନି ବୃଦ୍ଧ; ତାପରେ କ’ଣ ହେଲା ଦେଖନ୍ତୁ

ନୂଆଦିଲ୍ଲୀ: ରାସ୍ତା ପାର ହେଉଥିବା ବେଳେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଉପରେ ବସ ମାଡ଼ିଯାଇଥିବା ଦେଖିବାକୁ ମିଳିଛି । ଏହି ଘଟଣା ମୁମ୍ବାଇର ପୋୱାଇ ଅଞ୍ଚଳରୁ ସାମ୍ନାକୁ ଆସିଛି । ଏହି ଫୁଟେଜ୍ ଉକ୍ତ ଅଞ୍ଚଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ଏବଂ ଟ୍ୱିଟରରେ ଏହା ପୋଷ୍ଟ କରାଯାଇଛି । ଭିଡିଓରେ କୁର୍ତ୍ତା-ପାଇଜାମା ପିନ୍ଧିଥିବା ଜଣେ ବ୍ୟକ୍ତି ସେହି ଅଞ୍ଚଳର ରାସ୍ତା ପାର କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ବସ୍ ତାଙ୍କୁ ଧକ୍କା ଦେଇ ପରେ ବୃଦ୍ଧଙ୍କ ଉପରେ ମାଡ଼ିନେଇଥିବାର ଦେଖାଯାଇଛି । ଉକ୍ତ ଘଟଣାଟି ଯାତ୍ରୀମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଥିଲା । କିନ୍ତୁ ବ୍ୟକ୍ତି ଜଣକ ବସ୍ ତଳେ ସୁରକ୍ଷିତ ଭାବେ ରହି ପରେ ବହାରକୁ ଆସିଥିବାର ନଜର ଆସିଥିଲେ ।

ଏହି ଘଟଣାଟି ମଙ୍ଗଳବାର ଦିନ ଲେକ୍ ସାଇଡ୍ କମ୍ପେ୍ଲକ୍ସ ନିକଟରେ ଥିବା ଏଭରେଷ୍ଟ ହାଇଟ୍ସ ବିଲଡିଂ ବାହାରେ ଘଟିଥିବା ଜଣା ପଡ଼ିଛି । ତେବେ କେତେକ ୟୁଜର୍ସ ଏହି ଭିଡିଓକୁ ଟ୍ୱିଟର ଏବଂ ଅନ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଜଣାପଡ଼ିଛି । ୪୭ ସେକେଣ୍ଡର ଏହି ଭିଡିଓ ପୋୱାଇ ଅଞ୍ଚଳରେ ଏକ ଗହଳି ଭରା ରାସ୍ତାରୁ ଆରମ୍ଭ ହୋଇଛି ଯେଉଁଠାରେ ଅନେକ କାର ଏବଂ ଅଟୋରିକ୍ସା ରାସ୍ତାରେ ଯିବା ଆସିବା କରୁଛନ୍ତି । ରାସ୍ତାର ଗୋଟିଏ ପାର୍ଶ୍ୱରେ ଭିଡ଼ ଥିବାରୁ ଏକ ବସ୍ ମଧ୍ୟ ଅଟକି ରହିଥିବା ଦେଖାଯାଇଛି । କିଛି ସେକେଣ୍ଡ ପରେ ଜଣେ ବୃଦ୍ଧ ବ୍ୟକ୍ତି ରାସ୍ତା ପାର ପାଇଁ ଚେଷ୍ଟା କରୁଥିବା କ୍ୟାମେରାରେ ଦେଖାଯାଇଛି । କିନ୍ତୁ ଅତ୍ୟଧିକ ଟ୍ରାଫିକ୍ ଦେଖି ସେ କିଛି ପାଦ ଚାଲିବା ପରେ ଅଟକିଯାଇଥିଲେ । ଅନ୍ୟପଟେ ବସ୍ ଡ୍ରାଇଭର ଗାଡି ସାମ୍ନାରେ ଠିଆ ହୋଇଥିବା ବୃଦ୍ଧ ବ୍ୟକ୍ତିଙ୍କୁ ଦେଖି ନଥିବାରୁ ତାଙ୍କୁ ଧକ୍କା ଦେଇ ଆଗକୁ ବଢି ଯାଇଥିବା କ୍ୟାମେରାରେ କଏଦ ହୋଇଛି ।

ବସଟି ବ୍ୟକ୍ତିଙ୍କ ଉପରେ ସମ୍ପୂର୍ଣ୍ଣ ମାଡ଼ିଯାଇଥିବାର ଦେଖାଯାଇଛି । ଏନେଇ ଅନ୍ୟ କାର ଡ୍ରାଇଭରମାନେ ବସ ଡ୍ରାଇଭର ଉପରେ ପାଟି କରୁଥିବାର ଦେଖାଯାଇଛି । ତେବେ ବସ୍ ଡ୍ରାଇଭର ତୁରନ୍ତ ଗାଡିଟିକୁ ଅଟକାଇ ବସର ଡୋର ଖୋଲିଥିବାର ଦେଖାଯାଇଛି । ହଠାତ ବସ ତଳେ ଚାପି ହୋଇ ଯାଇଥିବା ବୃଦ୍ଧ ଜଣକ ବସ୍ ପଛରୁ ଚାଲି ଚାଲି ଆସୁଥିବାର ନଜର ଆସିଛନ୍ତି । ଭିଡିଓ ଶେଷରେ ବୃଦ୍ଧ ବ୍ୟକ୍ତି ଡ୍ରାଇଭର ଆଡକୁ ଯାଉଥିବାର ଦେଖାଯାଇଛି । ସମ୍ପୃକ୍ତ ଘଟଣାର ଏପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇନାହିଁ ।

Get real time updates directly on you device, subscribe now.