fbpx

ନୟାଗଡ଼ରେ ବସ୍-ଟ୍ରକ୍ ମୁହାଁମୁହିଁ: ଜଣେ ମୃତ, ୧୫ ଆହତ

ନୟାଗଡ଼(ଓଡ଼ିଶା ଭାସ୍କର): ନୟାଗଡ଼ ଜିଲ୍ଲା ଟାକେରା ଘାଟି ନିକଟରେ ବସ୍-ଟ୍ରକ୍ ମୁହାଁମୁହିଁ ହୋଇଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ଏହି ୧୫ ଜଣଙ୍କର ମଧ୍ୟରୁ ୭ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ବସଟି କଣ୍ଟାମାଳରୁ ଜଟଣୀ ଅଭିମୁଖେ ଯାତ୍ରା କରୁଥିଲା । ପ୍ରାୟ ୬୦ ଜଣ ଯାତ୍ରୀଙ୍କୁ ନେଇ ଜଟଣୀ ଆସୁଥିଲା ଓଏସଆରଟିସି ବସ୍ । ଦୁର୍ଘଟଣା ଫଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ଚାପି ହୋଇ ରହିଥିବା ବସ୍ ଡ୍ରାଇଭରକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ ।

Get real time updates directly on you device, subscribe now.