fbpx

ସରକାରୀ ଚାକିରିଆଙ୍କ ଡବଲ ଧମାଲ୍: ଦୁଇ ଦିନ ତଳେ ବଢ଼ିଥିଲା DA, ଖୁବଶୀଘ୍ର ବଢ଼ିବାକୁ ଯାଉଛି HRA

ନୂଆଦିଲ୍ଲୀ: ଦୁଇଦିନ ପୂର୍ବରୁ ମୋଦୀ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା (ଡିଏ) ଭେଟି ଦେଇଥିଲେ । କେନ୍ଦ୍ର ସରକାର ଡିଏ ୩ ପ୍ରତିଶତ ବୃଦ୍ଧି କରିବା ଫଳରେ ସମସ୍ତ ଚାକିରିଆ ଏଣିକି ୩୪ ପ୍ରତିଶତ ଲେଖାଏଁ ଡିଏ ପାଇବେ । ତେବେ ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରୀୟ କର୍ମଚାରୀଙ୍କୁ ପୁଣି ଏକ ସରପ୍ରାଇଜ୍ ଦେବାକୁ ଯାଉଛନ୍ତି । ସରକାର ଖୁବଶୀଘ୍ର ହାଉସ୍ ସେଣ୍ଟ ଆଲାଉନ୍ସ (ଏଚଆରଏ) ବୃଦ୍ଧି କରିପାରନ୍ତି ।

ରିପୋର୍ଟ ମୁତାବକ, କର୍ମଚାରୀଙ୍କୁ ୩ ପ୍ରତିଶତ ଏଚଆରଏ ମିଳିପାରେ । ଏହି ବୃଦ୍ଧି ଘୋଷଣା ହେଲେ କର୍ମଚାରୀଙ୍କର ଏଚଆରଏ ରାଶି ୨୭ ପ୍ରତିଶତରୁ ୩୦ ପ୍ରତିଶତକୁ ବୃଦ୍ଧି ପାଇବ । ସାଧାରଣ ଭାବେ ଏଚଆରଏ କ୍ୟାଟେଗୋରୀ ଏକ୍ସ, ୱାଇ ଓ ଜେଡ୍ କ୍ଲାସର ରହିଥିବା ବେଳେ ବିଭିନ୍ନ ସହର ଅନୁଯାୟୀ ଏହାର ହିସାବ ଭିନ୍ନ ଭିନ୍ନ ହୋଇଥାଏ । ସଂପ୍ରତି ଏକ୍ସ କ୍ୟାଟେଗୋରୀଙ୍କୁ ୨୭ ପ୍ରତିଶତ ଏଚଆରଏ ମିଳୁଛି । ସେହିପରି ୱାଇ କ୍ୟାଟେଗୋରୀଙ୍କର ଏଚଆରଏ ୧୮ରୁ ୨୦ ପ୍ରତିଶତକୁ ଓ ଜେଡ୍ କ୍ୟାଟେଗୋରୀଙ୍କର ଏଚଆରଏ ୯ରୁ ୧୦ ପ୍ରତିଶତକୁ ବୃଦ୍ଧି ପାଇବ ।
ଗତ ବର୍ଷ ଜୁଲାଇରେ ସରକାର ଡିଏ ବୃଦ୍ଧି କରିବା ପରେ ପରେ ଏଚଆରଏ ମଧ୍ୟ ବୃଦ୍ଧି କରିଥିଲେ । ତେଣୁ ଚଳିତ ଥର ମଧ୍ୟ ସରକାର ଅନୁରୂପ ଫଣ୍ଡା ଆପ୍ଲାଏ କରିପାରନ୍ତି ବୋଲି କୁହାଯାଉଛି । ସପ୍ତମ ବେତନ କମିଶନଙ୍କ ହିସାବ ଅନୁଯାୟୀ, କେନ୍ଦ୍ରୀୟ କର୍ମଚାରୀଙ୍କର ସର୍ବାଧିକ ବେସିକ ସାଲାରୀ ମାସିକ ୫୬,୯୦୦ ଟଙ୍କା ହେଲେ ଏଚଆରଏ ୨୭ ପ୍ରତିଶତ ହିସାବକୁ ନିଆଯାଇଥାଏ ।

Get real time updates directly on you device, subscribe now.